ପିପିଲି: ଟାଟା ପାୱାର ବିଦ୍ୟୁତ ବତରକ ସଂସ୍ଥା ପକ୍ଷରୁ ପିପିଲିରେ ଗାଁଓ ଚଲୋ ଅଭିଯାନ ଆରମ୍ଭ ହୋଇଛି । ପିପିଲି ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଆଦର୍ଶ ଉଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଟାଟା ପାୱାର୍ କେନ୍ଦ୍ରିୟ ଓଡିଶା ବିତରକ ଲିମିଟେଡ୍ ଉତରା ସେକ୍ସନ୍ ପକ୍ଷରୁ ଗାଁଓ ଚଲୋ ଅଭିଯାନର ଏକ କ୍ୟାମ୍ପ୍ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ୍ ରେ ଗୋବିନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୨୬୦ଜଣ ବିଦ୍ୟୁତ୍ ଉପଭୋକ୍ତା ନାମ ପଞ୍ଜିକରଣ କରିଥିଲେ । ଏଥିମଧ୍ୟରୁ ୬୨ ଜଣ ଉପଭୋକ୍ତାଙ୍କର ତୃଟି ଯୁକ୍ତ ବିଦ୍ୟୁତ୍ ବିଲ୍ ଓ ପୁରୁଣା ବକେୟା ବିଲ୍ ର ସଂଶୋଧନ କରାଯାଇଥିଲା । ଉକ୍ତ କ୍ୟାମ୍ପ୍ରେ ବିବାଦୀୟ ଏକ କୋଟି ବକେୟା ବିଦ୍ୟୁତ୍ ବିଲ୍ର ଆବଶ୍ୟକ ଅନେକ ସଂସୋଧନ କରାଯିବ ସହିତ ୧୮୦ ଜଣ ଉପଭୋକ୍ତାଙ୍କ ଠାରୁ ୧୦ଲକ୍ଷ ୪୦ ହଜାର ବକେୟା ଅର୍ଥ ଆଦାୟ କରାଯାଇଥିଲା । ଅବଶିଷ୍ଟ ସଂସୋଧିତ ଅର୍ଥକୁ ଆଦାୟ ନିମନ୍ତେ କିସ୍ତି କରାଯାଇଥିଲା । ଗ୍ରାମାଚଂଳ ର ଏହି ମୋଟା ଅଙ୍କର ବକେୟା ଅର୍ଥ ଆଦାୟ ଏହି ଅଭିଯାନର ଏକ ସଫଳ ପ୍ରୟାସ ବୋଲି ଉପସ୍ଥିତ ବିଭାଗିୟ ଅଧିକାରୀ ମାନେ କହିଛନ୍ତି । ଏହି କ୍ୟାମ୍ପ୍ ରେ ବିଭାଗିୟ ନିର୍ବାହି ଯନ୍ତ୍ରୀ ମନେ୍ଧକ୍ସ ଦାସ, ଉତରା ସହକାରୀ ଯନ୍ତ୍ରୀ
ଭବାନୀ ଶଙ୍କର ପାଣିଗ୍ରାହୀ , ସ୍ୱୟଂ ସହାୟକ ଗୋଷ୍ଠୀ ସଂଯୋଜକ ପଦ୍ମାବତୀ ନନ୍ଦ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମହାନ୍ତି , ଗ୍ରାହକ ସେବା ଅଧିକାରୀ ଶୁଭମ୍ ପୂରୋହିତ , କ୍ୟାସିୟର୍ ମନୋରଞ୍ଜନ ଦାଶ, ସ୍ୱେଛାସେବୀ ସଙ୍ଗଠନ ର୍ୟାକ୍ର ସଂଯୋଜକ ହରେକୃଷ୍ନ ଲେଙ୍କା ଆଦି ଯୋଗ ଦେଇ କ୍ୟାମ୍ପ୍ ପରିଚାଳନା କରିଥିଲେ । ଏହି କ୍ୟାମ୍ପ୍ ର ସଫଳତା ବିଶେଷ କରି ଏହି ମୋଟା ଅର୍ଥ ଆଦାୟ କ୍ଷେତ୍ରରେ ପଂଚାୟତ ଉପଭୋକ୍ତା ଓ ଯୁବକ ମାନଙ୍କୁ ସହକାରୀ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ ଭ୍ୱୟସୀ ପ୍ରଶଂସା କରିଥିଲେ । ଏହି ବିଲ ସଶୋଂଧନ କାର୍ଯ୍ୟକ୍ରମର ଅବିଧି ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିଛି । ଏହାପରେ ଯଦି କେହି ସଂସୋଧନ ଚାହେଁ ତେବେ ତାହା କେବଳ ୨୦୧୯-୨୦ ଦୁଇ ବର୍ଷର ବିଲ୍ ସଂସୋଧନ ହୋଇପାରିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଟାଟା ପାୱାରର ଏହି ଜନ ସହଯୋଗ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post