ଦଶ ମାସ ପରେ ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

168
ଭୁବନେଶ୍ୱର: କରୋନା କାରଣରୁ ପାଠପଢା ଦୀର୍ଘ ଦଶ ମାସ ବନ୍ଦ ରହିବା  ପରେ ସୋମବାର ଠାରୁ  ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ପୂର୍ବ ନିର୍ଧାରିତ ନିଷ୍ପତି ଅନୁସାରେ  କୋବିଡ ଗାଇଡଲାଇନ ଅନୁସାରେ  ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଂଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି ।
ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି । କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଛି । ଉଲ୍ଲେଖନୀୟ ଯେ  ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଂଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପରିଅଡ୍ କରାଯିବ । ରବିବାର କ୍ଲାସ୍ ହେବ ନାହିଁ । ତେବେ ସ୍ଥାନୀୟ ଅଂଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
Leave A Reply

Your email address will not be published.