କଶ୍ମୀରରେ ଆତଙ୍କବାଦୀ ଶିବିର ଠାବ ହେଲା

148

ଶ୍ରୀନଗର: ସୁରକ୍ଷାବାହିନୀର ଯବାନମାନେ ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାରେ ଏକ ଆତଙ୍କବାଦୀ ଶିବିର ଠାବ କରିଛନ୍ତି। ଶିବିରରୁ ଯବାନମାନଙ୍କୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଛି। ଏହା ପରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଚଳିତ ବର୍ଷ ଏହା ପ୍ରଥମ ଥର ପାଇଁ ଆତଙ୍କବାଦୀ ଶିବିର ଠାବ ହୋଇଥିବା ଜଣାଯାଇଛି।

ସୁରକ୍ଷାବଳକୁ ସୂଚନା ମିଳିଥିଲା ଯେ, ଏହି ଅଂଚଳରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି। ଏହି ସୂଚନା ଆଧାରରେ ଯବାନମାନେ ଓ୍ଵାରନୋଭ ଲୋଲାବର ଘନ ଜଙ୍ଗଲରେ ୨୮ତମ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ୍‌ର ୧୬୨ତମ ବାଟାଲିଅନ ଓ ଏସ୍‌ଓଜିର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା। ଅପରେଶନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
ଘଟଣାସ୍ଥଳରୁ ୪ଟି ଏକେ-୪୭ ପତ୍ରିକା, ଏକେ ୪୭ର ୧୫ ରାଉଣ୍ଡ ଗୁଳି, ଏକ ଦୂରବୀକ୍ଷଣ ଯନ୍ତ୍ର, କମ୍ପାସ, କଣ୍ଟାତାର କାଟିବା ଯନ୍ତ୍ର, ମ୍ୟାପ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ମାାରଣାସ୍ତ୍ରକ ସମେତ ବିଭିନ୍ନ ପ୍ରକାରର ଜିନିଷ ଜବତ ହେବା ପରେ ସୁରକ୍ଷା କର୍ମୀମାନେ ଅପରେଶନ ଜାରି ରଖିଛନ୍ତି।

Leave A Reply

Your email address will not be published.