୭ ଘଂଟିଆ ମୟୂରଭଞ୍ଜ ବନ୍ଦକୁ ମିଳିଲା ଅଭୁତପୂର୍ବ ଜନ ସମର୍ଥନ

183

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ତୁରନ୍ତ ଲିଭାଯିବା ଏବଂ କାର୍ଯ୍ୟରେ ଅବହେଳା କରିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସହିତ ବରିଷ୍ଠ ଅଧିକାରୀ ମାନଙ୍କୁ ଚାକିରୀରୁ ବହିଷ୍କାର ଓ ଶିମିଳିପାଳର ହୃତ ଗୌରବର ପୁନରୁଦ୍ଧାର ଦାବିରେ ଭଞ୍ଜ ସେନା ପକ୍ଷରୁ ଆଜି ୭ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଥିବା ବେଳେ ବନ୍ଦକୁ ମିଳିଛି ଅଭୁତପୂର୍ବ ଜନ ସମର୍ଥନ । ବନ୍ଦ ପରିପ୍ରେକ୍ଷୀରେ ସକାଳ ୬ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଦୁଇ ଚକିଆ ଯାନକୁ ବାଦ୍ ଦେଲେ କୌଣସି ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିନଥିଲା । ଅତ୍ୟାବଶ୍ୟକ ସେବା ଜାରୀ ରହିଥିଲା ।

ବନ୍ଦକୁ ସମର୍ଥନ ଜଣାଇ ଅନ୍ୟାନ୍ୟ ରାଜନୈତିକ ଦଳ କଂଗ୍ରେସ, ସିପିଆଇ, ସିପିଏମ, ସିଆଇଟିୟୁ, ଓକିଲ ସଂଘର ବରିଷ୍ଠ ନେତାମାନେ ମଧ୍ୟ ଏହି ବନ୍ଦରେ ସାମିଲ୍ ହୋଇଥିଲେ ।
ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ପିଂଟୁ ମାଇତି, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସିପିଏମର ରବି ଗୋସ୍ୱାମୀ, ସିଆଇଟିୟୁ ଅମଲ ଦେ, କଂଗ୍ରେସ ନେତା ହେମନ୍ତ ଦାଶ, ଓକିଲ ସଂଘର ବିଭୁ ପ୍ରସାଦ ଦାଶଙ୍କ ସମେତ ଶତାଧିକ କର୍ମକର୍ତା ଏହି ବନ୍ଦ ପାଳନରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.