ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଦେବ ଏମସ୍

136

ଭୁବନେଶ୍ୱର : ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ଯୋଗାଇବ ଭୁବନେଶ୍ୱର ସ୍ଥିତ ଏମସ୍ । ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ଏହି ଚିକିତ୍ସା ସୁବିଧା ମିଳିବ ବୋଲି ଭୁବନେଶ୍ୱର ଏମସ୍ ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଏମସ୍ ରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ ।

ଅପରପକ୍ଷରେ କଟକ ଏସସିବିରେ ଇକ୍ମୋ ର ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍ ରେ ୬ଟି ଓ ଦ୍ୱିତୀୟ ୟୁନିଟ୍ ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍ ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ । ତେବେ କୋଭିଡ୍ ପରବର୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।

Leave A Reply

Your email address will not be published.