ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି

200

ଭୁବନେଶ୍ୱର : ଆଗାମୀ ନଭେମ୍ବର ୧ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକକୁ ଭାରତୀୟ ଜନତା ପାର୍ଟୀ ବର୍ଜନ କରିଛି । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ କରି ପାର୍ଟୀର ବିଧାୟକ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ବୈଠକକୁ ବହିଷ୍କାର କରିଛନ୍ତି ।

ଏହି ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ସାମିଲ କରିବାକୁ ଦାବି ବିଜେପି ଦାବି କରିଥିଲା । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ଥିଲେ ବି ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବିଜେପି ବର୍ଜନ କରିଛି । ଗଣତନ୍ତ୍ର ଏବେ ହାସ୍ୟତନ୍ତ୍ରରେ ପରିଣତ ହୋଇଗଲାଣି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.