ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଇଆରସି ଅଫିସ ଘେରାଓ କଲା ବିଜେପି

147

ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର କରିବା ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥ ଓଇଆରସି ଅଫିସ ଆଗରେ ବିକ୍ଷୋଭ କରାଯାଇଛି ।

ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ମହାମାରୀ କୋଭିଡ-୧୯ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବାକୁ ଯାଉଛନ୍ତି । ଯଦି ସରକାର ବିଦ୍ୟୁତ ଶୁକ୍ଳ ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନକରିବେ ତେବେ ଆଗାମୀ ଦିନରେ ଜିଲ୍ଲା ବିଜେପି ତରଫରୁ ଭୁବନେଶ୍ୱର ଅଧିନସ୍ଥ ୮ଟି ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭ ସମୟରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ରାଜ୍ୟ ସଂପାଦକ ମନୋଜ ପଶ୍ଚିମ କବାଟ, ରଶ୍ମିରଂଜନ ମହାପାତ୍ର, ଦିଲୀପ ବେହେରା, ମଣ୍ଡଳ ସଭାପତି ଦାମୋଦର ବେହେରାଙ୍କ ସହ ଜିଲ୍ଲା ବିଜେପିର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.