ନୂଆପଡ଼ା : ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା ପକ୍ଷରୁ ନୂଆପଡା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବ ବୋଲି ବିଜେପି ନୂଆପଡ଼ା ଜିଲ୍ଲା ସଭାପତି ସୁବ୍ରତ ଠାକୁର ପ୍ରକାଶ କରିଛନ୍ତି । ସୂଚନା ଥାଉକି ଚଳିତ ବର୍ଷ ଜୁନ ମାସରେ ଭଲ ବର୍ଷା ହୋଇଥିଲା । ଚାଷୀ ମାନେ ଉତ୍ସାହିତ ହୋଇ ଚାଷ କାମ ଆରମ୍ଭ କରିଥିଲେ । ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ବହୁତ କମ ବର୍ଷା ହେବା ଯୋଗୁଁ ଚାଷୀ ବର୍ତ୍ତମାନ ମରୁଡି ସମ୍ମୁଖିନ ହୋଇଛି । ବର୍ତ୍ତମାନ ଜମିରେ ପାଣି ନଥିବା ବେଳେ ଅଧାରୁ ଅଧିକ ଚାଷୀ ରୁଆ ବେଉସା କରିପାରି ନାହାନ୍ତି ।
Sign in
Sign in
Recover your password.
A password will be e-mailed to you.