ମାଲକାନଗିରି: ମାଓ ମୁକାବିଲାରେ ଆଉ ଏକ ସଫଳତା। ମାଲକାନଗିରି ବଣ୍ଡା ଘାଟିରେ ସ୍ଥାପନ ହେଲା ବିଏସଏଫ କ୍ୟାମ୍ପ । ଦଶନ୍ଧୀ ଦଶନ୍ଧୀ ଧରି ବଣ୍ଡା ଘାଟିକୁ କବଜାରେ ରଖିଥିବା ଲାଲବାହିନୀକୁ ଲାଗିଛି ଶକ୍ତ ଝଟକା। ଅଣ୍ଡ୍ରାହାଲ ଠାରେ ବିଏସଏଫ ପକ୍ଷରୁ ନୂଆ କ୍ୟାମ୍ଫ ସ୍ଥାପନ କରାଯାଇଛି । ଯାହାଦ୍ୱାରା ନକ୍ସଲ ଭୟରେ ବିକାଶରୁ ଦୂରରେ ଥିବା ବଣ୍ଡା ଘାଟିରେ ଏବେ ଆରମ୍ଭ ହେବ ବିକାଶର ଅଭିଯାନ । ଆଗାମୀ ଦିନରେ ମାଓବାଦୀଙ୍କ ଗତି ବିଧି ଉପରେ ନଜର ରଖିବା ସହ ଅଞ୍ଚଳ ବିକାଶଧାରାରେ ସହାୟକ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀ ଅଞ୍ଚଳର ବିକାଶ ହେବା ସହ ମାଓ ଅତ୍ୟାଚାରରୁ ମୁକ୍ତ ହେବେ ବୋଲି ଆସ୍ୱସ୍ଥି ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ବିକାଶଧାରା ପରେ ବଣ୍ତାଘାଟିର ବିକାଶ ଉପରେ ରହିଛି ଅଞ୍ଚଳବାସୀଙ୍କ ନଜର ।
Sign in
Sign in
Recover your password.
A password will be e-mailed to you.