ବସ ଆଟୋ ମୁହାଁମୁହିଁ ଘଣ୍ଟାଏ କାଳ ଟ୍ରାଫିକ ଜାମ

192

କୋଲନରା: ଜେ କେ ପୁର ବାଲାଜି ମନ୍ଦିର ନିକଟରେ ବସ ଓ ଅଟୋ ମୁହାଁମୁହିଁ ଧୋକା ହେବା ଫଳରେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା । ଜେ କେ ପୁରରେ ସହଯେ ଟ୍ରଫିକ ସମସ୍ୟା ଠିକ ଅଫିସ ସମୟ ହୋଇଥିବା ଯୋଗୁଁ ବହୁ ମାତ୍ରାରେ ଦୁଇ ଚକିଆ,ଚାରି ଚକିଆ ସମେତ ମାଲ ବୋଝେଇ ଟ୍ରକ ଯାତ୍ରୀବାହୀ ବସ ଜେ କେ ପୁର ବଜାରରେ ଫସି ରହିଥିବା ବେଳେ ରାୟଗଡା ନୂତନ ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଜଣେଇବା ପାଇଁ ଆସିଥିବା ଗୁଣୁପୁର ଉପଜିଲାପାଳଙ୍କ ସମେତ ରାମନାଗୁଡା, ପଦ୍ମପୁର, ଗୁଡ଼ାରୀ ବ୍ଲକର ବିଡ଼ିଓମାନେ ମଧ୍ୟ ଏହି ଟ୍ରାଫିକ ସମସ୍ୟାର ସମ୍ମୁଖିନ ହୋଇଥିଲେ । ଜେ କେ ପୁର ଠାରୁ ଅମ୍ଳା ଭଟା ଛକ ଓ ଏପଟେ ଦେବଦଳା ପର୍ଯ୍ୟନ୍ତ ଯାନ ବାହାନ ଗୁଡାକ ଲାଇନ ଲାଗିଥିବା ଦେଖା ଦେଇ ଥିଲା । ଚାନ୍ଦିଲି ପୋଲିସ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଆହତ ଅଟୋ ଡ୍ରାଇଭରଙ୍କୁ ରାୟଗଡା ମୂଖ୍ୟ ଚିକିତ୍ସାଲୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବା ସହ ଯାନ ବାହାନ ହଟାଇ ଅଟୋ ଓ ବସକୁ ଜବତ କରି ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.