ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦାବି

181

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ହେବ ଉଭୟ ଅଣୁ ଏବଂ ସାମାଜିକ-ଅର୍ଥନୈତିକ ସ୍ତରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶା ଗସ୍ତରେ ଆସିଥିବା ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର୍ ରାଜୀବ କୁମାର ଏବଂ ତାଙ୍କ ଟିମ୍ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଡ. ରାଜୀବ କୁମାର ଏବଂ ତାଙ୍କ ଟିମ୍ କୁ ସ୍ୱାଗତ କରି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ତାଳ ରଖି ନୀତି ଆୟୋଗ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିବା କହିଛନ୍ତି ।ଏହି ପ୍ଲାଟ୍ଫର୍ମ ବିକାଶ ନିମନ୍ତେ ଅଭିନବ ନୂତନ ଚିନ୍ତାଧାରା ବିନିମୟ କରିବାରେ ସହାୟକ ହେବ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅବସରରେ ନୀତି ଆୟୋଗ ଏବଂ ଭାରତ ସରକାରଙ୍କ ସହାୟତା ପାଇଁ ଦୀର୍ଘ ଦିନରୁ ରହିଥିବା ଏବଂ ନୂଆକରି ମୁଣ୍ଡଟେକୁଥିବା କେତେକ ଉନ୍ନତିମୂଳକ ସମସ୍ୟା ଉପସ୍ଥାପନ କରିବୁ ।

ସେପଟେ ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଦିଷ୍ଟତା ରହିଛି । ନିର୍ଦ୍ଦିଷ୍ଟ ବିକାଶ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଓଡିଶା ସହ ସହଭାଗୀ ହେବାକୁ ଆଗ୍ରହୀ ଥିବା କହିଛନ୍ତି ରାଜୀବ କୁମାର । ଏଥିସହ ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଂଟକୁ ପାଂଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଉପାଅଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହାସହ ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତନ ପାଇଁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.