ମୁଖ୍ୟମନ୍ତ୍ରୀ ରଜ ପର୍ବ ଅବସରରେ ଜଣାଇଲେ ଶୁଭକାମନା

154

ଭୁବନେଶ୍ୱର : ରଜ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା । କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ । ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ ।

Leave A Reply

Your email address will not be published.