ଦୈନିକ ପଜିଟିଭିଟି ହାର ୧୨.୫୯%କୁ ହ୍ରାସ ପାଇଲା
ନୂଆଦିଲ୍ଲୀ : ଭାରତ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଂଟ ହାସଲ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ମୋଟ ୧୯ କୋଟି (୧୯,୧୮,୭୯,୫୦୩) ଡୋଜରୁ ଅଧିକ ଟିକା ଦିଆଯାଇପାରିଛି ।
ଆଜି ସକାଳ ୭ଟା ସୁଦ୍ଧା ୨୭,୫୩,୮୮୩ ସେସନରେ ମୋଟ ୧୯,୧୮,୭୯,୫୦୩ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୨୪,୩୩୯ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୬,୮୦,୯୬୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୪୭,୯୧,୬୦୦ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୨,୮୫,୨୩ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୮୬,୦୪,୪୯୮ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବର୍ଗରେ ୫,୯୮,୩୫,୨୫୬ ଜଣଙ୍କୁ ପ୍ରଥମ ଡୋଜ୍, ୯୫,୮୦,୮୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୬୨,୪୫,୬୨୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୧,୩୧,୧୦୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୦.୬୧ ଲକ୍ଷ ଟେଷ୍ଟ କରାଯାଇଛି । ଏହି ସଫଳତା ଯୋଗୁ ଭାରତ ଟେଷ୍ଟିଂ କ୍ଷେତ୍ରରେ ପୁଣି ଏକ ନୂଆ ରେକର୍ଡ ହାସଲ କରିଛି । ଅନ୍ୟ ପକ୍ଷରେ ଦୈନିକ ପଜିଟିଭିଟି ହାର ୧୨.୫୯%କୁ ହ୍ରାସ ପାଇଛି । କ୍ରମାଗତ ଅଷ୍ଟମ ଦିନରେ ମଧ୍ୟ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖଖ୍ୟା ଦୈନିକ ନୂଆ କରୋନା ମାମଲାକୁ ଟପିଯାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୫୭,୨୯୫ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୨୭,୧୨,୭୩୫ରେ ପହଂଚିଛି । ଜାତୀୟ ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୭.୨୫%ରେ ପହଂଚିଛି । ନୂଆ ସୁସ୍ଥଙ୍କ ମଧ୍ୟରୁ ୭୪.୫୫% ସୁସ୍ଥ ହୋଇଛନ୍ତି ଦଶଟି ରାଜ୍ୟରେ । ଅନ୍ୟ ଏକ ସକରାତ୍ମକ ଖବରରେ କ୍ରମାଗତ ପଂଚମ ଦିନ ପାଇଁ ଭାରତରେ ଦୈନିକ ନୂଆ କରୋନା ମାମଲା ୩ ଲକ୍ଷରୁ କମ୍ ରହିଛି ।
ଗତ ୨୪ ଘଂଟାରେ ଦେଶରେ ୨,୫୯,୫୫୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୬.୬୬% ମାମଲା ଆସିଛି ଦଶଟି ରାଜ୍ୟରୁ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୫,୫୭୯ ମାମଲା ଆସିଥିବା ବେଳେ ଏହା ପଛକୁ କେରଳରେ ୩୦,୪୯୧ ମାମଲା ଆସିଛି ।
ଅନ୍ୟପକ୍ଷରେ ଦେଶରେ ମୋଟ ସକ୍ରିୟ କରୋନା ମାମଲା ୩୦,୨୭,୯୨୫କୁ ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୦୧,୯୫୩ ହ୍ରାସ ପାଇଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୬୩% । ମୋଟ ସକ୍ରିୟ ମାମଲାର ୬୯.୪୭% ମାମଲା ଅଛି ଆଠଟି ରାଜ୍ୟରେ ।