ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦୋକାନରେ ଭିଡ଼ ନକରିବା ଓ ସମସ୍ତେ ମାସ୍କ ପରିଧାନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

170

ମାଲକାନଗିରି : ବର୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଯୁବପୀଢ଼ି ଅନେକାଂଶରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଅମାନିଆ ନହୋଇ ନିଜେ ସଚେତନ ହେବା ସହ ନିଜ ପରିବାର ସୁରକ୍ଷିତ ରଖିବା ଓ ଅନ୍ୟକୁ ଏ ଦିଗରେ ସଚେତନ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏଥି ସହିତ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦୋକାନରେ ଭିଡ଼ ନକରିବା ଓ ସମସ୍ତେ ଯେପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବେ ସେନେଇ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି । ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ସମୟରେ ନିର୍ଦ୍ଧାରିତ ଦୋକାନ ବ୍ୟତୀତ ଅନ୍ୟ ଯେଉଁ ସବୁ ଦୋକାନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ଖୋଲି ବ୍ୟବସାୟ କରୁଥିଲେ ସେମାନଙ୍କ ଦୋକାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଗୁଡିକୁ ବନ୍ଦ କରି ଦିଆଯାଇଛି, କିନ୍ତୁ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅଂଚଳରେ ସାପ୍ତାହିକ ହାଟ ଗୁଡିକ ଖୋଲା ରହିଥିବାରୁ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସବୁ ସାପ୍ତାହିକ ହାଟ ଗୁଡିକ ବନ୍ଦ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.