ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭିସି ହଲ ଠାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା,ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ,ବିଡିଓ,ତହସିଲଦାର,ପୌରାଂଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରିଛନ୍ତି । ରାଜ୍ୟସରକାରଙ୍କର ନିଷ୍ପତି ଅନୁଯାୟୀ ଜିଲ୍ଲାରେ ଜାନୁଆରୀ ୮ତାରିଖ ଠାରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହେବ । ଏଣୁ ପାଠପଢା ନିମନ୍ତେ ଖୋଲାଯିବାକୁ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ବିଶୋଧନର ବ୍ୟବସ୍ଥା ସହ ଜଳ ଯୋଗାଣ ଓ ବିଦ୍ୟୁତ ସରବରାହକୁ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ବ୍ଳକ ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ କହିଛନ୍ତି । ବିଦ୍ୟାଳୟ ଗୁଡିକରେ ଜଳ ଯୋଗାଣ ନିମନ୍ତେ ଆବଶ୍ୟକୀୟ ମରାମତିର ବିହିତ ବ୍ୟବସ୍ଥା କରିବାକୁ ଗ୍ରାମ୍ୟ ଜଳ ଯୋଗାଣର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଖୋଲିବାକୁ ଥିବା ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଶ୍ରେଣୀଗୃହ ଏବଂ ପରିସର ପରିସ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ କହିଛନ୍ତି । ଶିକ୍ଷକ ଏବଂ ହଷ୍ଟେଲରେ ରହିଥିବା ଛାତ୍ରଛାତ୍ରୀମାନଙ୍କର କରୋନା ଟେଷ୍ଟ ଆବଶ୍ୟକ ସ୍ଥଳେ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ କୋଭିଡ-୧୯ ନିୟମାବଳୀକୁ ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କରୋନା ସଂକ୍ରମଣକୁ ସମ୍ପୁର୍ଣ୍ଣ ମୂଳପୋଛ ନିମନ୍ତେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଧିକାରୀମାନେ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରିବା ସହ ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଆଂଟିଜେନ୍ ଟେଷ୍ଟ ଏବଂ ଆରଟିିପିସିଆର ଟେଷ୍ଟ କରାଇବେ । ବିଭିନ୍ନ ବିଭାଗକୁ ଆସିଥିବା ଇ-ଅଭିଯୋଗ ଗୁଡିକର ତୂରନ୍ତ ସମାଧାନ କରିବାରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଖୋଲିଥିବା ୭ଟି ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁମାନେ ଆଂଟିଜେନ ଟେଷ୍ଟ କେନ୍ଦ୍ରରେ ପରୀକ୍ଷା କରାଇନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତମ ବେହେରା,ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ,ଏଡିଏମଓ (ପିଏଚ) ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅତନୁ କୁମାର ସାମନ୍ତ, ଡେପୁଟୀ କଲେକ୍ଟର ସିତାଂଶୁ ଶେଖର ଦାସ, ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସା ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.