ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରୁ ମିଳିଲା ୬୫୯ ଗ୍ରାମ ସୁନା ଓ ୪୧ ଲକ୍ଷ ୭୭ ହଜାର ଟଙ୍କା

139

ଭୁବନେଶ୍ୱର : ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଥିବା ବେଳେ ବର୍ତମାନ ସୁଦ୍ଧା ନଗଦ ମୋଟ ୪୧ ଲକ୍ଷ ୭୭ ହଜାର ଟଙ୍କା ଏବଂ ୬୫୯ ଗ୍ରାମ ସୁନା ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ଏହି ଚଢାଉ ଜାରୀ ରହିଛି ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ଭୁବନେଶ୍ୱରରେ ଗୋଟିଏ ୪ମହଲା କୋଠା, ଗୋଟିଏ ଫ୍ଲାଟ ଓ ଏକ ଅର୍ଦ୍ଧନିର୍ମିତ ଘର ଠାବ କରିଛି ଭିଜିଲାସନ୍ସ । ଏହାଛଡ଼ା ବାଲେଶ୍ୱରରେ ଗୋଟିଏ ୪ମହଲା କୋଠା ଓ ତିନୋଟି ପ୍ଲଟ୍ ଠାବ ହୋଇଛି ।

Leave A Reply

Your email address will not be published.