ରାଜ୍ୟରେ ସଂକ୍ରମଣ ହାର ସ୍ଥିର, ଆଗାମୀ ତିନି ମାସ ଗୁରୁତ୍ୱପୂର୍ଣ୍ଣ- ଜନସ୍ଵାସ୍ଥ୍ୟ ନିର୍ଦେଶକ

159

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିର ରହିଛି । ତେବେ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ ବର୍ତମାନ କରୋନା ନେଇ ରାଜ୍ୟରେ ଯାହା ସ୍ଥିତି ଅଛି ଆକ୍ଟିଭ କେସ, ହସ୍ପିଟାଇଲାଇଜେସନ କମୁଛି, ମୃତ୍ୟୁସଂଖ୍ୟା କମିଛି, ଏବଂ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି। ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୫୦୦ ରୁ ୬୦୦ ଭିତରେ ରହୁଛି। ।

ସେ କହିଛନ୍ତି ଯେ ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱର ଓ କଟକରେ ଟିକିଏ ଅଧିକ ରହୁଛି। ଯେହେତୁ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ ଏଠି ରହିଛି, ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। ବର୍ତ୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରି ଦିଆଯାଇଛି। ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ଅଛି। କିନ୍ତୁ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ତିନି ମାସ ଆମକୁ ଯଥେଷ୍ଟ ସଚେତନ ରହିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.