ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

164

-ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ମିଳିବ ଦର୍ଶନ ଅନୁମତି

ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) – ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଖୋଲିବ ଭୁବନେଶ୍ୱର ସ୍ଥିତ ପ୍ରଭୂ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିର ଖୋଲିବା ପରେ ପ୍ରଥମେ ସାନିଟାଇଜ୍ କରାଯିବ ଏବଂ ଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ସେହିପରି ମନ୍ଦିରର ସେବାୟତମାନଙ୍କ ପାଇଁ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବା ବାଧ୍ୟତାମୂଳକ କରାଯାଇଛି । ଅପରପକ୍ଷରେ ଶନିବାର ଓ ରବିବାର ସଟ୍ ଡାଉନ୍ ରହୁଥିବାରୁ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସିର ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.