ଚାରି ରାଜ୍ୟର ସାମ୍ବାଦିକଙ୍କ ଆନ୍ଦୋଳନ ପରେ ଆଲୋଚନା ପାଇଁ ଡାକିଲା ମାଓ ସଂଗଠନ

165

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦୁଇ ଜଣ ସାମ୍ବାଦିକଙ୍କୁ ମାଓବାଦୀ ଟାର୍ଗେଟ କରିବା ପରେ ଗତ ୧୮ ତାରିଖ ଦିନ ଜଗଦଲପୁର ଠାରେ ଚାରି ରାଜ୍ୟର ସାମ୍ବାଦିକ ଏକତ୍ର ହୋଇ ମାଓବାଦୀ ଙ୍କ ବିରୋଧରେ ରାଲି ଓ ସାଧାରଣ ସଭାର ଆୟୋଜନ କରିଥିଲେ। ଏହା ପୂର୍ବରୁ ବସ୍ତର ଡିଭିଜନର ଦକ୍ଷିଣ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି କରାଯାଇ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରାଯିବ ବୋଲି ମାଓ ସଂଗଠନ ଜଣାଇଥିଲେ। ଏହାପରେ ପୁଣି ଦଣ୍ଡକାରଣ୍ୟ ଜୋନାଲ କମିଟି ତରଫରୁ ପୁଣି ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ସାମ୍ବାଦିକ ମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି।

ସଂଗଠନ ପକ୍ଷରୁ ଯେଉଁ ଦୁଇ ଜଣ ସାମ୍ବାଦିକ ନାମରେ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ସେନେଇ ଦୁଇ ପକ୍ଷରୁ ଏକ ଟିମ ଗଠନ କରାଯାଇ ଆଲୋଚନା କରାଯାଉ। ସେଥିପାଇଁ ହୁଏତ ବିଳମ୍ବ ହୋଇପାରେ। କିନ୍ତୁ ଏଥିରେ କୌଣସି ଧର୍ଯ୍ୟହରା ହୁଅନ୍ତୁ ନାହିଁ ବୋଲି କୁହାଯାଇଛି। କୌଣସି ସାମ୍ବାଦିକଙ୍କୁ ସଂଗଠନ  ପକ୍ଷରୁ ହାତ ମଧ୍ୟ ଲଗାଯିବ ନାହିଁ। ସମସ୍ତେ ପୂର୍ବରୁ ଯେପରି ବିଭିନ୍ନ ଦୁର୍ଗମ ଗ୍ରାମରେ ପଶି ଖବର ସଂଗ୍ରହ କରି ପରିବେଷଣ କରୁଥିଲେ ସେଭଳି କରନ୍ତୁ। ଆମ ତରଫରୁ କୌଣସି ଆକ୍ରମଣ କିମ୍ବା କ୍ଷତି ପହଞ୍ଚାଯିବ ନାହିଁ। ତେଣୁ ୨୦, ୨୧ କିମ୍ବା ୨୨ ତାରିଖରେ ସମ୍ବାଦିକ ମାନଙ୍କ ତରଫରୁ ଆଲୋଚନା ପାଇଁ ଡକାଯିବା ସମୟ ଠିକ ନୁହେଁ। ଆଗାମୀ ଦିନରେ ଏହାର ସମାଧାନ କରିବା ବୋଲି ପ୍ରବକ୍ତା  ବିକଳ୍ପ କହିଛନ୍ତି।

ସାମ୍ବାଦିକ ସବୁବେଳେ ମାଓବାଦୀ , ପ୍ରଶାସନ ଏବଂ ଜନତାଙ୍କ ମଧ୍ୟରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ସମସ୍ତଙ୍କର ଖବରକୁ ସେ ପରିବେଷଣ କରିଛି। ନିରପେକ୍ଷ ହୋଇ ସମ୍ବାଦ ପରିବେଷଣ କରୁଥିବା ବେଳେ ସାମ୍ବାଦିକ ମାନେ ପୁଞ୍ଜିପତି ଏବଂ କୋରପୋରେଟର ମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସାମ୍ବାଦିକ ସଂଘ କହିଛି। ତୁରନ୍ତ ମାଓ  ସଂଗଠନ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯିବା ସହ ଆଲୋଚନା ପାଇଁ ତାରିଖ ନିର୍ଦ୍ଧିଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.