ରାୟଗଡା: ପଦ୍ମପୁର ବ୍ଲକ ସଦର ମହକୁମା ପଞ୍ଚାୟତର ବ୍ଲକ ନିକଟରେ ନିର୍ମିତ ମାର୍କେଟ କମ୍ପେସ୍କ ଲୋକଙ୍କ କାମରେ ଲାଗୁନି। ଅନୁପଯୁକ୍ତ ଅଞ୍ଚଳରେ ହୋଇଥିବାରୁ ଏହା କାର୍ୟ୍ଯକ୍ଷମ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାଇ ଏହି କମ୍ପ୍ଲେକ୍ସ ୨୦୦୭-୦୮ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଥିଲା। ୨୦ଟି ଦୋକାନ ଗୃହ କୁ ନେଇ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କରାଯାଇଛି। ଏହି କମ୍ପ୍ଲେକ୍ସ ଆଦିବାସୀ ଜନଜାତି ମାନେ କିଭଳି ସ୍ୱାବଲମ୍ବୀ ହେବେ ତାଙ୍କରି ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା । କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ବର୍ତ୍ତମାନ ଏହା ଅସାମାଜିକ ବ୍ୟକିଙ୍କ ଆଡ୍ଡା ସ୍ଥଳି ପାଲିଟିଛି। ମଦ୍ୟପ ମାନେ କମ୍ପ୍ଲେକ୍ସକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସରକାରୀ ଅନୁଦାନ ବ୍ୟୟ କରି ମାର୍କେଟ କମ୍ପ୍ଲେକ୍ସ ତିଆରି କରାଗଲା କିନ୍ତୁ କାର୍ୟ୍ଯଖମ ନହବା ତଦନ୍ତ ସାପେକ୍ଷ। ପଦ୍ମପୁର ପଞ୍ଚାୟତରେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଅନୁଦାନ ଆବଶକ୍ୟତା ଥିବା ବେଳେ ଯଉଜାଗାରେ କମ୍ପ୍ଲେକ୍ସ ନିର୍ମାଣ ହୋଇଛି ସାଧାରଣରେ ନାପସନ୍ଦ କରାଯାଉଛି। ଅନ୍ୟ କଉ ଜାଗାରେ ନିର୍ମାଣ ହୋଇଥିଲେ ବ୍ୟବସାୟିକ ଦୃଷ୍ଟି କୋଣରୁ ଲୋକଙ୍କ ହିତରେ ଲାଗିପରିଥାନ୍ତା ବୋଲେ ଅଞ୍ଚଳବାସୀ କହିଛନ୍ତି। ଏହି ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କିପରି କାର୍ଯ୍ୟକ୍ଷମ ହେବ ସେଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.