ବୁଗୁଡା: ନିର୍ଯାତନାର ନିର୍ଦ୍ଦୟ କାହାଣୀ । ବିବାହର ୮ ମାସ ନ ପୁରୁଣୁ ନବ ବିବାହିତ ମହିଳାଙ୍କୁ ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ଡୋଲିରେ ପକାଇଦେଲେ ଶାଶୂଘର ଲୋକ । ନିଷ୍ଠୁର ହେଲେ ଶାଶୂ, ଶ୍ୱଶୁର । ମାଡ଼ ମାରିଲେ, ବୋହୂର ହାତଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗିଦେଲେ । ରାତି ସାରା ରକ୍ତାକ୍ତ ବୋହୂ ଡୋଲି ଭିତରେ ପାଇଲା ଅସହ୍ୟ କଷ୍ଟ । ଏପରି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ମଣିତରା ପଂଚାୟତ ଅନ୍ତର୍ଗତ ଡାଙ୍ଗି ସାହିରେ । ଆଠ ମାସ ତଳେ ମଣିତରା ପଂଚାୟତ ଅନ୍ତର୍ଗତ ଡାଙ୍ଗିସାହିର ସତ୍ୟନାରାୟଣ ଅରୁଖଙ୍କ ପୁଅ ଜିତୁ ଆରୁଖ ବିବାହ କରିଥିଲେ ବୁଗୁଡା ଥାନା ଅନ୍ତର୍ଗତ ବି କରଡ଼ାବାଡ଼ି ଗ୍ରାମର ଝିଲ୍ଲୀ ପ୍ରଧାନଙ୍କୁ । ଝିଲ୍ଲୀଙ୍କ ମାଙ୍କ କହିବା ଅନୁସାରେ ଗତ ରାତ୍ରରେ ଝିଲ୍ଲୀ ପ୍ରଧାନ ଘରୁ କୁଆଡେ ଲୁଚି ପଳାଇଯାଇଛି ବୋଲି ଝିଅର ଶଶୁର ଆସି କହିଥିଲେ। ଝିଲିର ମା ବାପା ଡାଙ୍ଗିସାହି ଯାଇ ଖୋଜାଖାଜି କରି ଦେଖିଥିଲେ । କିନ୍ତୁ ରବିବାର ବିଳମ୍ବିତ ରାତିରେ ଶାଶୂଘର ଲୋକ ଦେଖାଇଥିଲେ ଅସଲ ରୂପ । ବୋହୂକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ମନ ସେତିକିରେ ବୁଝିନଥିଲା । ବୋହୂର ହାତ ଗୋଡ଼ ବାନ୍ଧି ଡୋଲିରେ ପକାଇ ଦେଇଥିଲେ ଶାଶୂଘର ଲୋକ । ରାତି ତମାମ ନବବଧୂ ଡୋଲିରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇଥିଲେ । ସକାଳୁ ବାପଘର ଲୋକ ଓ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ଶାଶୂଘରର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Sign in
Sign in
Recover your password.
A password will be e-mailed to you.