ପୁରୀ: ଗଜପତିଙ୍କ ଶ୍ରୀନହରରେ ଆଜି ଗୁରୁବାର ସକାଳେ ନୂତନ ମୁଦିରସ୍ତଙ୍କୁ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି l ଗଜପତିଙ୍କ ପ୍ରତିନିଧି ରୂପେ ମୂଦିରସ୍ତ ମହାପ୍ରଭୁଙ୍କ ସମସ୍ଥ ନୀତିକାନ୍ତି କରିଥାନ୍ତି । ଜଣେ ନାବାଳକ ସେବାୟତ ଏହି ମୁଦିରସ୍ତ ସେବା କରିଥାନ୍ତି । ଆଜି ସେହି କ୍ରମରେ ଜଣେ ନାବାଳକ ସେବାୟତ ନାରାୟଣଙ୍କୁ ମୂଦିରସ୍ତ ଭାବେ ଶାଢ଼ୀ ବନ୍ଧାଯାଇଛି । ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାଢ଼ୀ ବାନ୍ଧିବା ପରେ ମୁଦିରସ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ । କୋଭିଡ଼ ସମୟରେ ଗତ ସ୍ନାନ ଯାତ୍ରାରେ ସ୍ନାନ ମଣ୍ଡପରେ ସୁନା ଖଡ଼ିକାରେ ଗଜପତି ମହାରାଜା ଯେଉଁ ଭଳି ଛେରା ପହଁରା କରିଥାନ୍ତି ସେହିଭଳି ଅଭୁତ ପୂର୍ବ କାର୍ଯ୍ୟ ଦେଖିବାକୁ ମିଳିଥିଲା । ରଥଯାତ୍ରା ସମୟରେ ଗଜପତିଙ୍କ ଅନୁପସ୍ଥିତିରେ ମଧ୍ୟ ମୁଦିରସ୍ତ ଛେରା ପହଁରା କରିଥାନ୍ତି l ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ଯେଉଁ ନୀତିକାନ୍ତି ମହାରାଜା ଦିବ୍ୟସିଂହ ଦେବ କରିଥାନ୍ତି ସେହି ନୀତିକାନ୍ତି ମୂଦିରସ୍ତ ମଧ୍ୟ ସମ୍ପାଦନ କରିଥାନ୍ତି ।
Sign in
Sign in
Recover your password.
A password will be e-mailed to you.