ଭୁବନେଶ୍ୱର:ସମଗ୍ର ଦେଶକୁ ପୁଣିଥରେ ଥରହର କଲାଣି କରୋନା ମହାମାରୀ । ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ଥିବା ବେଳେ ରାଜ୍ୟରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ପରି ଆଜି ବି ରାଜ୍ୟରେ ୨୦୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩୨ ଓ କଟକରୁ ୨୯ଜଣ ଚିହ୍ନଟ ହୋଇଛନ୍ତି ।
ଅନୁଗୋଳରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩, ବରଗଡ଼ରୁ ୨୪, ଭଦ୍ରକରୁ ୮, ବଲାଙ୍ଗିରରୁ ୧୫,ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ,ଗଞ୍ଜାମରୁ ୨, ଜଗତସିଂହପୁରରୁ ୬,ଯାଜପୁରରୁ ୪, ଝାରସୁଗୁଡ଼ାରୁ ୪,କଳାହାଣ୍ଡିରୁ ୧୭, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୫,ନୟାଗଡ଼ରୁ ଜଣେ, ପୁରୀରୁ ୬ ଓ ରାୟଗଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୫ ଓ ଷ୍ଟେଟ୍ ପୁଲ୍ରୁ ୭ଜଣ ଚିହ୍ନଟ ହୋଇଛନ୍ତି । ୨୩୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୯,୬୯୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩,୩୬,୪୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ୧୩୧୩ଜଣ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଥିଲେ, ରାଜ୍ୟରେ ପଜିଟିଭ ସଂଖ୍ୟା ୨୦୦ ପାର କରୁଥିଲେ ମଧ୍ୟ ସ୍ଥିତି ଠିକ୍ ଅଛି । ଏଥିଯୋଗୁ ଭୟଭୀତ ହେବା ଦରକାର ନାହିଁ । ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ଲକ୍ଷ ୪୬ ହଜାର ୬୫୨କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୨୫୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ୨୫୭କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୦ ହଜାର ୯୪୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧କୋଟି ୧୨ଲକ୍ଷ ୬୪ହଜାର ୬୩୭ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୨୧ ହଜାର ୬୬ ରହିଛି । ଆଜି ସୁଦ୍ଧା ସମଗ୍ର ଦେଶରେ ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ ଜଣ ଟିକା ନେଇସାରିଲେଣି ।
ସାନିଟାଇଜର ମାରିଲେ ହେଉଛି କ୍ୟାନସର !
ସାବଧାନ !ସାନିଟାଇଜର ମାରିଲେ ହେଉଛି କ୍ୟାନସର ! ଆମେରିକାର ଲାବୋରେଟୋରୀ ‘ଭେଲିସୁର’ର ଅନୁସନ୍ଧାନ ପରେ ଆସିଲା ସାଂଘାତିକ ତଥ୍ୟ । ୧୬୮ଟି ବ୍ରାଣ୍ଡର ସାନିଟାଇଜରକୁ ନେଇ ଏଭଳି ଏକ ଗବେଷଣା କରାଯାଇଥିଲା । କରୋନା ଭାଇରସ ଆସିବା ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଉଭା ହୋଇଛି ସାନିଟାଇଜର । ମାସ୍କ, ସାମାଜିକ ଦୂରତା ସହ କିଛି ସମୟ ବ୍ୟବଧାନରେ ହାତ ସାନିଟାଇଜ୍ କରିବାକୁ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ହେଲେ ସାନିଟାଇଜରକୁ ନେଇ ଆସିଥିବା ତଥ୍ୟ ଏବେ ଚିନ୍ତାଜନକ ପାଲଟିଛି । ଖୁଚୁରା ବଜାରରୁ ବ୍ରାଣ୍ଡେଡ ସାନିଟାଇଜରର ଅଭାବ ପୂରଣ କରିବାକୁ ବହୁ ବେନାମୀ ବ୍ରାଣ୍ଡର ସାନିଟାଇଜର ବଜାରରେ ପ୍ରବେଶ କରିଛି । ହେଲେ ନନ୍ ବ୍ରାଣ୍ଡ ସାନିଟାଇଜରରେ ମିଶାଯାଉଛି ବେନ୍ଜିନ୍, ଟ୍ରାଇକ୍ଲୋଜାନ ଭଳି ମାରାତ୍ମକ କେମିକାଲ । ଯାହା ମଣିଷ ଶରୀରରେ କ୍ୟାନସର ଭଳି ଭୟାନକ ରୋଗ ସୃଷ୍ଟି କରୁଛି ।
ସାନିଟାଇଜର ବ୍ୟବହାର କଲେ କ୍ୟାନସର କିମ୍ବା ଚର୍ମ ରୋଗର ଆଶଙ୍କା ରହିଛି କି ନାହିଁ ବୋଲି ଏକ ଗବେଷଣା କରାଯାଇଥିଲା । ଆମେରିକାର ଲାବୋରେଟୋରୀ ‘ଭେଲିସୁର’ ୨୬୦ ବୋତଲ ସାନିଟାଇଜର ନେଇ ଗବେଷଣା କରିଥିଲା । ସେଥିରୁ ୪୪ଟି ସାନିଟାଇଜରରେ ବେନଜିନ ସମେତ ଅନ୍ୟ ମାରାତ୍ମକ କେମିକାଲ୍ ବ୍ୟବହାର କରାଯାଉଥିବା ଜଣାପଡିଛି ।