କୋଣାର୍କର କଳା ଭାସ୍କର୍ଯ୍ୟରେ ବିମୋହିତ ହେଲେ ରାଷ୍ଟ୍ରପତି

167

ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଦର୍ଶନ କରିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ କୋଣାର୍କରେ ପହଂଚି ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିବା ସହ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଓ ରଥାକୃତି ମନ୍ଦିର ଦର୍ଶନ କରି ସେ ବିମୋହିତ ହୋଇଥିଲେ । ପରେ ପରେ ଆଇଓସିଏଲ ଦ୍ୱାରା ପରିଚାଳିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରୁ ଆସି କୋଣାର୍କ ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ ନେଇଥିବା ଜଣାପଡିଛି । ସେ ଅପରାହ୍ନ ୪ଟାରେ କୋଣାର୍କରୁ ଭୁବନେଶ୍ୱର ଫେରିବେ, ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.