ପଦ୍ମ ପୁରସ୍କାର ପାଇଁ ପ୍ରତିଭାଶାଳୀ ଲୋକଙ୍କ ନାମ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଗାମୀ ପଦ୍ମ ପୁରସ୍କାର ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ପ୍ରତିଭାଶାଳୀ ଲୋକ ମାନଙ୍କର ନାମ ପ୍ରଦାନ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ – ଦେଶରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି ଯେଉଁ ମାନେ ତୃଣମୂଳ ସ୍ତରରେ ଅସାଧାରଣ କାମ କରୁଛନ୍ତି । ଅନେକ ସମୟରେ ଆମକୁ ସେମାନଙ୍କ ସମ୍ପର୍କରେ କିଛି ବେଶୀ ଶୁଣିବାକୁ ବା ଦେଖିବାକୁ ମିଳେ ନାହିଁ । ଆପଣ କଣ ଏପରି ପ୍ରେରଣାଦାୟୀ ଲୋକଙ୍କ ବିଷୟରେ ଜାଣନ୍ତି ? ତେବେ ଆପଣ ସେମାନଙ୍କର ନାମ ପଦ୍ମ ସମ୍ମାନ ପାଇଁ ଦେଇ ପାରିବେ । ନାମାଙ୍କନ ସେପ୍ଟେମ୍ବର ୧୫ ଯାଏ ଖୋଲା ରହିଛି ।