କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

168

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପକାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସମେତ କେନ୍ଦ୍ର ଶକ୍ତିନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି। ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ ଓ ସଶକ୍ତ କରିବଯେଉଁ ରାଜ୍ୟର ଲୋକମାନେ ଭାରତର ପ୍ରଗତିରେ ସମୃଦ୍ଧ ଯୋଗଦାନ ଦେଉଛନ୍ତି।

ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ୨୦୦୦ ମେଗାୱାଟ ଅତ୍ୟାଧୁନିକ ପୁଗାଲୁର-ତ୍ରିଶୁର ହାଇଭୋଲ୍ଟେଜ ଡାଇରେକ୍ଟ କରେଣ୍ଟ ସିଷ୍ଟମ ହେଉଛି କେରଳର ପ୍ରଥମ ଏଚଭିଡିସି ଇଣ୍ଟରକନେକ୍ସନ ଯାହା ଜାତୀୟ ଗ୍ରିଡ୍ ସହିତ ଯୋଡ଼ି ହେବ ଏବଂ ରାଜ୍ୟର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଲାଗି ବିପୁଳ ପରିମାଣର ବିଦ୍ୟୁତ ଶକ୍ତି ସ୍ଥାନାନ୍ତର କରିବ। ଦେଶରେ ପ୍ରଥମ ଥର ଲାଗି ବିଦ୍ୟୁତ ସଞ୍ଚାରଣ ନିମନ୍ତେ ଭିଏସଜି କନଭର୍ଟର ପ୍ରଯୁକ୍ତି ପ୍ରଚଳନ କରାଯିବା ଏଠାରେ ଆରମ୍ଭ ହୋଇଛି। ସେ ଆହୁରି କହିଥିଲେ ଯେ ରାଜ୍ୟରେ ଅନ୍ତରୀଣ ବିଦ୍ୟୁତ ଶକ୍ତି ଉତ୍ପାଦନ ଋତୁକାଳିନ ହୋଇଥିବା କାରଣରୁ କେରଳ ଜାତୀୟ ଗ୍ରୀଡରୁ ବିଦ୍ୟୁତ ଆମଦାନୀ କରିବା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ। ଏଚଭିଡିସି ବ୍ୟବସ୍ଥା ଫଳରେ ଏହି ବ୍ୟବଧାନକୁ ହ୍ରାସ କରାଯାଇପାରିବ। ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହି ପ୍ରକଳ୍ପରେ ଉପଯୋଗ କରାଯାଇଥିବା ଏଚଭିଡିସି ସରଞ୍ଜାମଗୁଡ଼ିକ ଭାରତରେ ନିର୍ମିତ ହୋଇଛି ଏବଂ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଯୋଗାଇବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌର ଶକ୍ତି କ୍ଷେତ୍ରରେ ଆମର ଉପଲବ୍ଧି ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ସହିତ ଆମର ଉଦ୍ୟମୀମାନଙ୍କୁ ପ୍ରୋତ୍ସାହିତ କରିଛି। ସେ କହିଥିଲେ ଯେ ଆମର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର ଶକ୍ତି କ୍ଷେତ୍ର ସହିତ ଯୋଡ଼ାଯାଉଛି। ପିଏମ-କୁସୁମ ଯୋଜନା ଅନ୍ତର୍ଗତଚାଷୀମାନଙ୍କୁ ୨୦ ଲକ୍ଷ ସୌର ଶକ୍ତି ପମ୍ପ ଯୋଗାଇ ଦିଆଯାଇଛି। ସେ ଆହୁରି କହିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ସୌର ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ବିଶ୍ଵକୁ ଏକତ୍ରିତ କରିପାରିଛି। ସେ କହିଥିଲେ ଆମର ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏବଂ ନବୋନ୍ମେଷର ଶକ୍ତିକେନ୍ଦ୍ର। ଆମ ସହରଗୁଡ଼ିକରେ ତିନୋଟି ଉତ୍ସାହପ୍ରଦ ଧାରା ଦେଖିବାକୁ ମିଳୁଛି: ଜ୍ଞାନକୌଶଳର ବିକାଶ, ଅନୁକୂଳ ଜନସାଂଖ୍ୟିକୀୟ ବିଭାଜନ ଏବଂ ବର୍ଦ୍ଧିତ ଘରୋଇ ଚାହିଦା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଉନ୍ନତ ସହରାଞ୍ଚଳ ଯୋଜନା ଏବଂ ପରିଚାଳନା ଲାଗି ସହରଗୁଡ଼ିକୁ ସହାୟକ ହେଉଛି। ସେ ଘୋଷଣା କରିଥିଲେ ଯେ ୫୪ଟି କମାଣ୍ଡ ସେଣ୍ଟର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୦ଟି ଏପରି ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ମହାମାରୀ ସମୟରେ ଏହି କେନ୍ଦ୍ରଗୁଡ଼ିକ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତକେରଳର ଦୁଇଟି ସ୍ମାର୍ଟ ସିଟି-କୋଚି ଏବଂ ଥିରୁଅନନ୍ତପୁରମ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛନ୍ତି। ୭୭୩ କୋଟି ଟଙ୍କାର ୨୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୦୦ କୋଟି ଟଙ୍କାର ୬୮ଟି ପ୍ରକଳ୍ପ ଅଗ୍ରଗତି ପଥରେ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେବର୍ଜ୍ୟଜଳ ପରିଚାଳନା ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ଉନ୍ନତିକରଣ କରିବା କ୍ଷେତ୍ରରେ ଅମୃତ ସହାୟକ ହେଉଛି। ଅମୃତ ଯୋଜନା ଅନ୍ତର୍ଗତ ୧୧୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ କେରଳରେ ମୋଟ ୧୭୫ଟି ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଉଛି। ୯ଟି ଅମୃତ ସହରରେ ସାର୍ବଜନୀନ ପ୍ରସାର ଯୋଗାଇ ଦିଆଯାଇଛି। ସେ କହିଥିଲେଆଜି ଉଦଘାଟିତ ହୋଇଥିବା ଆରୁଭିକ୍କରା ଜଳ ପରିଚାଳନା ପ୍ଲାଣ୍ଟ ୭୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି। ଏହା ପାଖାପାଖି ୧୩ ଲକ୍ଷ ନାଗରିକଙ୍କ ଜୀବନଧାରଣରେ ସୁଧାର ଆଣିବ ଏବଂ ଏହାଦ୍ୱାରା ଥିରୁଅନନ୍ତପୁରମରେ ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ପୂର୍ବର ଦୈନିକ ୧୦୦ ଲିଟରରୁ ୧୫୦ ଲିଟରକୁ ବୃଦ୍ଧି ପାଇବ।

Leave A Reply

Your email address will not be published.