ଡଃ ଭି ଶାନ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉଚ୍ଚ ମାନର କର୍କଟ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡଃ ଭି ଶାନ୍ତା ସ୍ମରଣୀୟ ହୋଇ ରହିବେ । ଚେନ୍ନାଇର ଆଦ୍ୟାରସ୍ଥିତ କର୍କଟ ପ୍ରତିଷ୍ଠାନ ଗରିବ ଏବଂ ନିମ୍ନ ସ୍ତରର ଲୋକଙ୍କୁ ସେବା ଯୋଗାଇବାରେ ଅଗ୍ରଣୀ । 2018 ରେ ମୋର ସେହି ଅନୁଷ୍ଠାନ ଗସ୍ତକୁ ସ୍ମରଣ କରୁଛି । ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ” । ଓମ ଶାନ୍ତି ।