ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

143

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ମାସ ଶେଷ ବେଳକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଭାରତ ଗସ୍ତରେ ଆସିବେ । ୟୁରୋପିଆନ ୟୁନିୟନ୍ରୁ ଅଲଗା ହେବା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କର ଏହା ସବୁଠୁ ବଡ଼ ଆନ୍ତର୍ଜାତିକ ଗସ୍ତ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବୋରିସ୍ଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଚଳିତବର୍ଷ ଜାନୁଆରୀ ମାସ ତଥା ୭୨ତମ ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନ୍ସନ୍ଙ୍କର ଭାରତ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । ମାତ୍ର ବ୍ରିଟେନ୍ ରେ କରୋନାର ନୂଆ ଲହର ଯୋଗୁ ଏହି ଗସ୍ତ ବାତିଲ ହୋଇଯାଇଥିଲା । ଏବେ ପ୍ରାୟ ୩ ମାସ ପରେ ସେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ସେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ବୋରିସ୍ କହିଥିଲେ ଯେ, ବ୍ରିଟେନ୍ ରେ ଯେଉଁ ଗତିରେ କରୋନା ସଂକ୍ରମଣ ବ୍ୟାପୁଛି ସେଭଳି ସ୍ଥିତିରେ ତାଙ୍କର ବ୍ରିଟେନ୍ ରେ ରହିବା ଅତ୍ୟନ୍ତ ଜରୁରି । ଯାହା ଫଳରେ ସେ କରୋନା ଭାଇରସ୍ ର ଘରୋଇ ପ୍ରତିକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।

Leave A Reply

Your email address will not be published.