‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ୨୦୨୧ ରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ଗୋରଖପୁର ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଚିତ ‘ଚୌରୀ ଚୌରା’ର ୧୦୦ ବର୍ଷ ପୂର୍ତ୍ତି ହେଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚୌରୀ ଚୌରା ଶତବାର୍ଷିକୀ ସମାରୋହର ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ରାଜ୍ୟ ସରକାରଙ୍କ ଦ୍ୱାରା ଯୋଜନା କରାଯାଇଥିବା ଶତବାର୍ଷିକୀ ଉତ୍ସବ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ସମସ୍ତ ୭୫ ଟି ଜିଲ୍ଲାରେ ଫେବୃଆରୀ ୪, ୨୦୨୧ରୁ ଆରମ୍ଭ କରାଯାଇ ଫେବୃଆରୀ ୪, ୨୦୨୨ ପର୍ଯ୍ୟନ୍ତ ପାଳନ କରାଯିବ ।