କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଲେ ପ୍ରକୃତରେ ଚାଷୀ ଆନ୍ଦୋଳନ କରୁନାହାନ୍ତି, ଏହାପଛରେ ଦେଶ ବିରୋଧୀଙ୍କ ହାତ ରିହିଛି

179

ଭୁବନେଶ୍ବର: ଦିଲ୍ଲୀରେ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧୀଙ୍କ ହାତ ରିହିଛି। ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି ବି ସେ ଜୋର୍ ଦେଇ କହିଛନ୍ତି। ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧୀଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର କୃଷି ବିଲ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ। କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି। ଏହି ବିଲ ଏକ ଐତିହାସିକ ବିଲ୍। ବିଲ୍ ଯୋଗୁଁ ଦେଶର ଚାଷୀମାନଙ୍କର ହିତ ସାଧିତ ହୋଇପାରିବ। ଧାନର ସହାୟକ ମୂଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

Leave A Reply

Your email address will not be published.