ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ – ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଦିଆଯିବ ଟିକା

151
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଭୁବନେଶ୍ୱରର ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଏହି ଟିକାକରଣ ହେବ । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଟୀକାରକରଣ ପାଇଁ ବିଏମସିର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ବିଏମସି କମିଶନର କହିଛନ୍ତି ଯେ ଭୁବନେଶ୍ୱରର ୧୨ ଟି ସରକାରୀ ହସ୍ପିଟାଲ ସମେତ ସମ୍‌, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ ପରି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ । ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ ପଞ୍ଜିକରଣ କରାଯାଇପାରିବ । ସୋମବାରଠାରୁ ଅନଲାଇନ ଜରିଆରେ ପଞ୍ଜିକରଣ ହେବ । ପଞ୍ଜିକରଣ ପରେ ଲୋକମାନେ ନିଜ ଇଚ୍ଛାରେ ଟିକାଦାନ କେନ୍ଦ୍ର ବାଛି ପାରିବେ । ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି । ମାତ୍ର ହସ୍ପିଟାଲରେ ଟିକା ନେଲେ ଅର୍ଥ ଦେବାକୁ ପଡ଼ିବ । ଘରୋଇ ହସ୍ପିଟାଲ୍‌ରେ ୧୦୦ ଟଙ୍କା ଦେଇ ଟିକା ନେଇ ହେବ । ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ । ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଳିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରୁଥିବାରୁ ପଡ଼ୋଶୀ ୫ ରାଜ୍ୟ ଉପରେ ରଖିବାକୁ କୁହାଯାଇଛି । ମହାରାଷ୍ଟ୍ର,କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ନଜର ରଖାଯିବ ।
Leave A Reply

Your email address will not be published.