ଅଭୟ ପାଠକ ମାମଲାରେ ବ୍ରହ୍ମପୁରରେ ଏସ୍‌ଆଇଟିର ତଦନ୍ତ ଜାରି, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଖୋଳତାଡ଼

183

ବ୍ରହ୍ପୁପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍‌ଏସ୍ ଅଫିସର୍‌‌ ଅଭୟକାନ୍ତ ପାଠକଙ୍କ ବିରୋଧରେ ଭିଜିଳାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ତଦନ୍ତ ଜାରି ରଖିଛି। ଏସ୍‌ଆଇଟିର ଏକ ଟିମ୍‌ ଗତକାଲିଠାରୁ ବ୍ରହ୍ମପୁରରେ ଡେରା ପକାଇଥିବା ସୂଚନା ରହିଛି। ଆଜି ଦ୍ବିତୀୟ ଦିନରେ ଆଇସିଆଇସିଆଇ ପ୍ରୋଡେନ୍‌ସିଆଲ୍‌ ଇନ୍‌ସୁରାନ୍ସ କମ୍ପାନି ସମେତ ବିଭିନ୍ନ ବ୍ୟାଙ୍କ୍‌କୁ ଯାଇ ପାଠକଙ୍କର ଆକାଉଣ୍ଟ୍‌ ଅଛି କି ନାହିଁ ଓ ଆକାଉଣ୍ଟ୍‌ରେ କେତେ ଟଙ୍କା ଜମା ରହିଛି ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି। ସ୍‌ଆଇଟିର ୩ ଜଣିଆ ଦଳରେ ବ୍ରହ୍ପପୁର ଭିଜିଲାନ୍ସର ଅତିରିକ୍ତ ଏସ୍‌ପି ଶାନ୍ତନୁ ପାଢ଼ୀ, କଟକ ଭିଜିଲାନ୍ସ ସେଲ୍‌ର ଡିଏସ୍‌ପି ରଞ୍ଜନ କୁମାର ଦାସ ଓ ସଂଧ୍ୟାରାଣୀ ସାହୁ ସାମିଲ୍‌ ରହିଛନ୍ତି। ଏହି ଟିମ୍‌ ଗତକାଲି ବ୍ରହ୍ପପୁର ଡିଏଫ୍‌ଓ ଓ ଓଏଫ୍‌ଡିସି କାର୍ଯ୍ୟାଳୟକୁ ଯାଇ ପାଠକଙ୍କ ସଂପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଗଞ୍ଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବିରେ ଥିବା ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡ଼ିଥିଲା ବୋଲି କୁହାଯାଉଛି। ତେଣୁ ଏହାର ଖୋଳତାଡ଼ ପାଇଁ ମଙ୍ଗଳବାର ବ୍ରହ୍ମପୁର ଡିଏଫ୍‌ଓ ଏବଂ ଓଏଫ୍‌ଡିସି ବ୍ରହ୍ମପୁର ଡିଭିଜନ୍‌ କାର୍ଯ୍ୟାଳୟ, ମେଡିକାଲ କ୍ୟାମ୍ପସ୍‌ ଏସ୍‌ବିଆଇ ଶାଖା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଯାଇ ପାଠକଙ୍କ ଚାକିରି କାଳ ମଧ୍ୟରେ ହିସାବ କିତାବ ଓ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ହାସଲ କରିଥିଲା । ଡିଏଫ୍‌ଓ ଏବଂ ଓଏଫ୍‌ଡିସି କାର୍ଯ୍ୟାଳୟରୁ ପାଠକଙ୍କ ସମ୍ପର୍କିତ ପ୍ରାୟ ୨ହଜାର ପୃଷ୍ଠାର ଦସ୍ତାବିଜ ଜେରକ୍ସ କରି ନେଇଛି ଏସଆଇଟି। ଏଥିରେ ବେଶ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.