ଭୁବନେଶ୍ୱର: ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି । କାଳିଆ ଯୋଜନାରେ ବ୍ୟୟ ସମ୍ପର୍କିତ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନର ଉତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୮-୧୯ ମସିହାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟ ବାବଦକୁ ୨୧୭୫.୬୬ କୋଟି ବ୍ୟୟ କରାଯାଇଛି ।
ସେହିପରି ୨୦୧୯-୨୦ ମସିହାରେ ୩୨୪୩.୦୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ପୁନଶ୍ଚ ୨୦୨୦-୨୧ ମସିହାରେ ୫୩.୫୫ ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଫେବୃଆରୀ ମାସ ସୁଦ୍ଧା ୧୨୭୨.୧୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।