କୋଣାର୍କରେ ଗଡିଲା ସୂର୍ଯ୍ୟ ରଥ

166

ପୁରୀ: ଆଜି ପବିତ୍ର ଶାମ୍ବ ଦଶମୀ ତିଥିରେ ଅର୍କକ୍ଷେତ୍ର କୋଣାର୍କରେ ଗଡିଛି ସୂର୍ଯ୍ୟ ରଥ । କୋଣାର୍କ ମନ୍ଦିର ନିକଟ ଅବଧୂତ ମଠ ଠାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଗଡିଛି । ଶାମ୍ବ ଦଶମୀ ଠାରୁ ମାଘ ଶୁକ୍ଳ ସପ୍ତମୀ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସେଠାରେ ଅବସ୍ଥାନ କରିବା ପରେ ମାଘ ସପ୍ତମୀ ଦିନ ବାହୁଡ଼ା ଯାତ୍ରାରେ ଏହି ସୂର୍ଯ୍ୟରଥ ଫେରିବ ।

କିମ୍ବଦନ୍ତୀ ଅନୁଯାୟୀ, ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ହୋଇ କୋଣାର୍କ ଠାରେ ସୂର୍ଯ୍ୟଦେବଙ୍କୁ ତପସ୍ୟା କରିବା ସହ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ୱାସରେ ରାଜ୍ୟ ତଥା ରାଜ୍ୟ ବାହାରେ ଘରେ ଘରେ ଶାମ୍ବ ଦଶମୀ ପାଳିତ ହେଉଛି ।

Leave A Reply

Your email address will not be published.