ଟିଟିଲାଗଡ : ଦୀନକୁ ଦିନ ଟିଟିଲାଗଡ଼ ସହରରେ କୋରୋନା କାୟା ବିସ୍ତାର କରୁଥୁବା ବେଳେ ପ୍ରତିଦିନ ବହୁତ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତେବେ ଏହି ପରିପେକ୍ଷୀରେ ଟିଟିଲାଗଡ ବିକାଶ ସେନା ତରଫରୁ ପ୍ରତିଦିନ ବିଭିନ୍ନ ୱାର୍ଡରେ ଆକ୍ରାନ୍ତଙ୍କ ଘରକୁ ଘର ଯାଇ ନିଃଶୁଳ୍କ ସେନିଟାଇଯ କରାଯାଉଛି। ଗତକାଲି ଟିଟିଲାଗଡର ୱାର୍ଡ ନମ୍ବର ୧,୩,୪,୬ ଏବଂ ୧୪ ର ୧୦ ରୁ ଉର୍ଦ୍ଧ ଘର ସେନିଟାଇଯ କରାଯାଇଥିଲା । ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କମିଟି ସଦସ୍ୟ ପବିତ୍ର ହାତୀ ନିଜ ଜୀବନକୁ ବାଜି ଲଗାଇ ଏହି ସବୁ କାମ ଜାରି ରଖିଛନ୍ତି ଏବଂ ତାଙ୍କୁ ସହଯୋଗ କରୁଛନ୍ତି ଆସିଫ ଖାନ। ତେବେ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରହିବ ବୋଲି ଟିଟିଲାଗଡ଼ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.