ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଆୟୋଜିତ

177

ଟିଟିଲାଗଡ଼ : ଲାୟନ୍ସ କ୍ଲବ ତରଫରୁ ବର୍ଷ ତମାମ ବହୁତ ଗୁଡ଼ିଏ ପ୍ରୋଜେକ୍ଟ ପରିଚାଳନା କରାଯାଇଥାଏ, ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ମଧୁମେହ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରବିବାର ସକାଳୁ ସ୍ଥାନୀୟ ହାଟପଦା ପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଏହି ଶିବିରକୁ ଆରମ୍ଭ କରାଯାଇଛି । ସକାଳ ୬:୩୦ ରୁ ଆଠଟା ଯାଏଁ ୬୨ ଜଣ ଲୋକ ଏହି ଶିବିରରେ ଆସି ନିଜର ରକ୍ତ ପରୀକ୍ଷା କରିଥିଲେ । ଆଗକୁ ମଧ୍ଯ ଏହି ଶିବିର ସହରର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ସଭାପତି ଦୀପକ ପୃଷ୍ଟି ସୁଚନା ଦେଇଛନ୍ତି । ଏହି ଶିବିରକୁ ପରିଚାଳନା କରିବାରେ ସମ୍ପାଦକ ଆଶୀର୍ବାଦ ମହାପାତ୍ର, ଲାୟନ ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ନାୟକ, ସତ୍ୟନାରାୟଣ ଶର୍ମା, ସନ୍ତୋଷ ମହାନ୍ତି, କ୍ଷୀର ସିନ୍ଧୁ ଦର୍ଜି ସହଯୋଗ କରିଥିଲେ ।

Leave A Reply

Your email address will not be published.