କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

148

ଭଦ୍ରକ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବାତ୍ୟା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ଆକାଶ ମାର୍ଗରୁ ବାସୁଦେବପୁର ଓ ଚାନ୍ଦବାଲିର କ୍ଷତିଗ୍ରସ୍ତ ଅଂଚଳ ଦେଖିବା ପରେ ଧାମରାରେ ଓହ୍ଲାଇ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଧାମରାର ଓରାମାଳ, ପାଇକ ସାହି ଓ ଦୋସିଙ୍ଗା ଅଂଚଳ ବୁଲି ଦେଖିଥିଲେ । ବାତ୍ୟା ବିପନ୍ନଙ୍କ ସହିତ କଥା ହୋଇଥିଲେ । ଏହି ଅବସରରେ ଧାମରାର ସମୁଦ୍ର କୂଳରେ ବନ୍ୟା ଜଳ ନିଷ୍କାସନ କ୍ଷେତ୍ରରେ ଅଧିକ ଆଡ଼ିବନ୍ଧ ନିର୍ମାଣ କରିବାର ବନ୍ଦୋବସ୍ତ କରିବେ ବୋଲି ସେ ଉପସ୍ଥିତ ଜନତାଙ୍କୁ ପ୍ରତିଶୃତି ଦେଇଥିଲେ । ଏବଂ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।
ଏହି ଗସ୍ତ ସମୟରେ ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧି ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.