ବେକରେ ଶାଢ଼ୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି

155

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣାପଳାଶପାଳ ଗ୍ରାମ ବାଲିସାହି ଗାଁର ଜୟରାମ ମହାକୁଡଙ୍କ ଝିଅ ସମବାରୀ ମହାକୁଡ ମଙ୍ଗଳବାର ରାତିରେ କୌଣସି କାରଣରୁ ଘର ପଛ ପାଖରେ ଥିବା ପିଜୁଳି ଗଛରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ଯା କରିଛନ୍ତି । ମୃତଙ୍କ ମାଆଙ୍କ କହିବା ଅନୁଯାୟୀ ଗତ ରାତିରେ ସମସ୍ତେ ଖାଇ ସାରିବା ପରେ ଶୋଇଥିଲେ । ମାଆ ପାଖରେ ଶୋଇଥିବା ଝିଅ କୁଆଡେ ଗଲା କହି ଖୋଜା ଖୋଜି କରିବା ସମୟରେ ଘରପଛ ପାଖରେ ଥିବା ପିଜୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଡାକି ସୋମବାରୀକୁ ଗଛରୁ ଓହ୍ଲାଇବା ସହ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଦୈତାରୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.