ଥୁଆମୂଳ ରାମପୁର ସିଡିପିଓ ଭିଜିଲାନ୍ସ ଜାଲରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ

140

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସିଡିପିଓ ପୁଷ୍ପାଞ୍ଜଳି ରଥ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଅଙ୍ଗନବାଡି କର୍ମୀ ଚୟନ ନିମନ୍ତେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ । ଆଜି ଭବାନୀପାଟଣା ବଡପଡା ସ୍ଥିତ ଭଡ଼ା ଘରେ ସେ ବିରସିଂଙ୍କ ହାତରୁ ଏହି ଲାଞ୍ଚ ବାବଦ ଟଙ୍କା ଗ୍ରହଣ କରୁଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିବା ସହ ଘଟଣାରେ ତାଙ୍କୁ ଗିରଫ କରିଛନ୍ତି ।

ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ବାଳ ପ୍ରମୁଖ ଏହି ଚଢ଼ଉରେ ସାମିଲ୍ ଥିଲେ ।

Leave A Reply

Your email address will not be published.