୫ ଯୋଡ଼ା ବିଶେଷ ଟ୍ରେନ ସମୟରେ ପରିବର୍ତନ

198

ଭୁବନେଶ୍ୱର : ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଚାରି ଯୋଡ଼ା ବିଶେଷ ଟ୍ରେନ ଓ ପୁରୀ ରୁ ଛାଡୁଥିବା ଗୋଟିଏ ଟ୍ରେନ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡିବ ।

୦୮୪୯୬ ଭୁବନେଶ୍ୱର- ରାମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱରରୁ ୧୮ ଜୁନ୍ ଠାରୁ ଚେନ୍ନାଇ ଏଗମୋର ଷ୍ଟେସନ ଠାରେ ପୂର୍ବାହ୍ନ ୮ଘ.୧୫ମି.ରେ ପହଂଚିବ ଏବଂ ୮ଘ.୩୦ମି.ରେ ରାମେଶ୍ୱରମ୍ ଅଭିମୁଖେ ଯାତ୍ରା କରିବ । ୦୩୩୫୨ ଆଲେପି-ଧାନବାଦ୍ ସ୍ପେଶାଲ୍ ଆଲେପିରୁ ୧୬ ଜୁନ୍ ଠାରୁ ଏର୍ଣ୍ଣାକୁଲମ, ଆଲୱେ, ତ୍ରିଚୁର, ୱାଡାକାନଚେରି, ଅତାପଲମ ଏବଂ ପାଲକ୍କାଡ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ୦୨୬୬୬ କନ୍ୟାକୁମାରୀ-ହାଓଡ଼ା ସ୍ପେଶାଲ୍ କନ୍ୟାକୁମାରୀ ଠାରୁ ୧୯ ଜୁନ୍ ରୁ କନ୍ୟାକୁମାରୀ, ତିରୁନେଭେଲି, କୋଭିଲପାଟ୍ଟି, ସାତୁର ଏବଂ ବିରୁଦୁନଗର ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ୦୨୬୬୫ ହାଓଡ଼ା-କନ୍ୟାକୁମାରୀ ବିସସ ଟ୍ରେନ ହାଓଡ଼ାରୁ ୨୧ ଜୁନ୍ ଠାରୁ ତିରୁନେଭେଲି ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

ସେହିପରି ୦୮୧୯୦ ଏର୍ଣ୍ଣାକୁଲମ-ଟାଟା ବିଶେଷ ଟ୍ରେନ ଏର୍ଣ୍ଣାକୁଲମ ଠାରୁ ୨୩ ଜୁନ୍ ଠାରୁ ଏର୍ଣ୍ଣାକୁଲମ, ଆଲୁଭା, ଥ୍ରୀସୁର, ପାଲକ୍କଡ, ପୋଡାନୁର, ତିରୁପୁର, ଏରୋଡ ଏବଂ ସାଲେମ ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

ଉପରୋକ୍ତ ଟ୍ରେନ ଗୁଡିକ ପାଇଁ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଅପରିବର୍ତିତ ରହିବ । ଯାତ୍ରୀମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଇଁ ପାରିବେ ।

Leave A Reply

Your email address will not be published.