ମୃତ ଗୃହରକ୍ଷୀଙ୍କ ପରିବାରକୁ ୧ ଲକ୍ଷ ୮୪ ହଜାର ଆର୍ଥିକ ସହାୟତା ପ୍ରଦାନ

173

ଗଞ୍ଜାମ: ଛତ୍ରପୁର ଥାନାର ମୃତ ଗୃହରକ୍ଷୀ ସୁଧାଶୁଂ ଶେଖର ଦାଶଙ୍କ ପରିବାରକୁ ଗଞ୍ଜାମ ଗୃହରକ୍ଷୀ ବାହିନୀ ପକ୍ଷରୁ ୧ ଲକ୍ଷ ୮୪ ହଜାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ଅଧିନରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନେ ଗୋଟିଏ ଦିନର ଦରମା ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗୃହରକ୍ଷୀ ବାହିନୀର ଅଫିସ ଷ୍ଟାଫ ୪ ହଜାର ଟଙ୍କା ଏପରି ସମୁଦାୟ ୧ ଲକ୍ଷ ୮୪ ହଜାର ଆର୍ଥକ ସହାୟତା ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶି ତାଙ୍କ ପତ୍ନୀ ମମତା ଦାଶଙ୍କୁ ପ୍ରଦାନ କରାଯାଇଥିଲା ।

୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସୁଧାଶୁଂ ଗୃହରକ୍ଷୀ ବାହିନୀରେ ନିଯୁକ୍ତି ପାଇଥିଲେ । ଦୀର୍ଘ ଦୁଇ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ଅସୁସ୍ଥଜନିତ କାରଣରୁ ୨୦୨୦ ମସିହା ଡିସେମ୍ବର ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.