ଆଜି ଭାରତ ବନ୍ଦ

180

ଭୁବନେଶ୍ୱର: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବାତିଲ କରିବା ପାଇଁ ଆସନ୍ତାକାଲି (ଶୁକ୍ରବାର) ୧୨ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି ।

ଶୁକ୍ରବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକାଜାମ୍ କରିବାକୁ କୃଷକ ସଂଗଠନଗୁଡିକ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅପରପକ୍ଷରେ ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ ସମାଜବାଦୀ ପାର୍ଟି , ସିପିଆଇ , ସିପିଏମ୍ , ସିପିଆଇଏମଏଲ୍ ଭଳି ବିଭିନ୍ନ ବାମପନ୍ଥୀ ଦଳ ଓ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନେ ସମର୍ଥନ ଜଣାଇଛନ୍ତି । ବନ୍ଦଯୋଗୁଁ ଯାତାୟତ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ତେବେ ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।

ଅପରପକ୍ଷରେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ସବୁ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ:

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.