ଆଜି ଗୁଡ୍ ଫ୍ରାଇଡେ, ବିଏମ୍‌ସି ପକ୍ଷରୁ କଟକଣା ଜାରି

160

ଭୁବନେଶ୍ୱର: ଆଜି ଗୁଡ୍ ଫ୍ରାଇଡେ ପାଳନ ପାଇଁ ଚର୍ଚ୍ଚ ଭିତରକୁ ପ୍ରବେଶ ନେଇ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି । ଏହି କଟକଣା ଅନୁଯାୟୀ ୬୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୦ବର୍ଷରୁ କମ୍ ଶିଶୁ ଚର୍ଚ୍ଚ ମଧ୍ୟକୁ ପ୍ରବେଶ ମନା । ସାରି ଏବଂ ଇଲି ଲକ୍ଷଣ ରହିଥିବା ବ୍ୟକ୍ତିମାନେ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ଏକ ସମୟରେ ୫୦ ଜଣରୁ ଉର୍ଦ୍ଧ୍ୱ ଯାଇପାରିବେ ନାହିଁ । ଚର୍ଚ୍ଚ ମଧ୍ୟରେ ୬ ଫୁଟ୍‌ର ଦୂରତା ରକ୍ଷା କରିବେ ଏବଂ ମାକ୍ସ ପିନ୍ଧିବେ । ସର୍ବସାଧାରଣରେ ସମାବେଶକୁ ମନା କରାଯାଇଛି । କୋରୋନା ସମସ୍ତ କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.