ମାଡ଼ିଗଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର

158

-ରାଜପଥ ଅବରୋଧ କଲେ ଉତ୍ୟେକ୍ତ ଲୋକେ

ଭବାନୀପାଟଣା : ୨୬ ନଂ ଜାତୀୟ ରାଜପଥର କୋକସରା ନିକଟ ପେଟ୍ରୋଲ ଟାଙ୍କି ନିକଟରେ ଆଜି ଭୋର୍ ପ୍ରାୟ ୫ଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଟ୍ରକ୍ ମାଡିଯିବା ଫଳରେ ଜଣକର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କୋକସରା ମେଡିକାଲ ଓ ପରେ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣାରେ ଉତ୍ୟେକ୍ତ ଲୋକେ ସେଠାରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଖବର ପାଇ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.