ବୁଗୁଡ଼ା ଥାନାର ଦୁଇ ଅଧିକାରୀ ପୁରସ୍କୃତ

207

ଗଞ୍ଜାମ : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ଦୁଇ ଅଧିକାରୀ ଓ ଜଣେ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ଡିଜିପି ଆୱାର୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି । ସେହି ତିନି ଜଣ ହେଲେ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା, ବାଲିପଦର ଉପଆରକ୍ଷୀ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଓଡିଶା ସଶସ୍ତ୍ର ପୋଲିସ ବାହିନୀର ୧୧୯ ସଞ୍ଜୟ ମଲ୍ଲିକ । ନଭେମ୍ବର ୨୭ ତାରିଖ ଦିନ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ବୁଗୁଡା ପୋଲିସ ଥାନା ଆଇଆଇସି ଶ୍ରୀ ବେହେରା, ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ପ୍ରଧାନ ଓ ସଶସ୍ତ୍ର ପୋଲିସ ଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରି ଡିଜିପି ଆୱାର୍ଡ ପ୍ରଦାନ କରିଥିଲେ ।

୨୦୨୧ ମସିହାରେ ଏହି ତିନି ଜଣଙ୍କ ସେବା ମନୋବୃତ୍ତି, କଠିନ ପରିଶ୍ରମ, ଉତ୍ସର୍ଗୀକୃତ ସେବା ସହ ୱାରେଣ୍ଟ ବଳରେ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି ସଫଳତା ହାସଲ କରିଥିବା ଯୋଗୁଁ ଡିଜିପି ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ବୁଗୁଡା ଥାନା ଇଲାକାରେ ଏହି ଖବର ପ୍ରଚାର ପରେ ଦୁଇ ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ସଶସ୍ତ୍ର ପୋଲିସ ସଞ୍ଜୟ ମଲ୍ଲିକଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ଏଥିସହ ବୁଦ୍ଧିଜୀବୀ ମହଲରେ ଏହି ପୁରସ୍କାର ପାଇଁ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.