ବ୍ୟାଙ୍କ ଘରୋଇ କରଣ ବିରୋଧରେ ଦସ ଲକ୍ଷ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

180

ଟିଟିଲାଗଡ଼ : ଦେଶବ୍ୟାପୀ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟରେ ଆଜି ଟିଟିଲାଗଡ଼ର ବିଭିନ୍ନ ବ୍ୟାଙ୍କକୁ କର୍ମଚାରୀମାନେ ଯାଇ ପିକେଟିଂ କରି ବନ୍ଦ କରାଇଥିଲେ। ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି ଏହି ଧର୍ମଘଟ କରାଯାଇଛି । ବ୍ୟାଙ୍କ ଘରୋଇ କରଣ ନ କରାଯାଉ, ଲୋକଙ୍କୁ ଶୋଷଣ ନ କରାଯାଉ ତଥା ସରକାରଙ୍କ ଦୋମୁହାଁ ନୀତି ବିରୋଧରେ ଆଜି ଦଶଲକ୍ଷ୍ୟ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ଓହ୍ଲାଇଛନ୍ତି । ଆଜିର ଏହି ଧର୍ମଘଟରେ ଶିବ ଶଙ୍କର ପଟ୍ଟନାୟକ, ଭିନିତା ହେମ୍ରମ, ଏଭଲିନ ଖୁସବୁ ଡେମଟା, ଆଶିଷ ବେହେରା, ଦେବାଶିଷ ଗୌନ୍ତିଆ, ଆଶିଷ ପ୍ରଧାନ, ଆଲୋକ କୁମାର ବର, ପ୍ରତ୍ୟୁଷ ରଞ୍ଜନ ଦାଶ, ସଙ୍ଗମ କୁମାର ଜୈନ ଏବଂ ଟିଟିଲାଗଡ଼ର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.