୬ରୁ ସାରା ଦେଶରେ ଟିକାକରଣ !
ଭୁବନେଶ୍ୱର: ନୂଆବର୍ଷରେ ଦେଶକୁ ମିଳିଲା କୋଭିଡ୍ ଟିକା । ଜାନୁଆରୀ ୬ରୁ ଆରମ୍ଭ ହୋଇପାରେ ଟିକାକରଣ । ସେରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡକୁ ଅନୁମତି ଦେଇଛି ସ୍ୱତନ୍ତ୍ର ଏକ୍ସର୍ଟ କମିଟି । ଆଜି ଏନେଇ ଏକ ସ୍ୱତନ୍ତ୍ର ଏକ୍ସର୍ଟ କମିଟି ଦ୍ୱାରା ମିଟିଂ ବସିଥିଲା । ଯେଉଁଥିରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡରେ ମୋହର ମାରିଛି କମିଟି । ଖୁବ୍ଶୀଘ୍ର ଦେଶରେ ଟିକା ବିତରଣ ହେବା ସହ ଜରୁରିକାଳୀନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଓଡିଶା ପାଇଁ ଏହା ଅଧିକ ଆଶା ବଢାଇଛି । ଭାରତରେ ଟିକା ବିତରଣ ଯଦି ଶୀଘ୍ର ଆରମ୍ଭ ହୁଏ, ତେବେ ପ୍ରଥମେ କାହାକୁ ମିଳିବ ? କେଉଁ ଆଧାରରେ ମିଳିବ ? ଟିକା ବଣ୍ଟନକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଉତ୍କଙଋା । ଆଉ ଏହି ଉତ୍କଙଋାରେ ସର୍ବାଗ୍ରେ ରହିଛି ଓଡିଶା । ଏହାର ପ୍ରଥମ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ମୁଖ୍ୟ ଆଦର ପୁନାୱାଲାଙ୍କ ସହ ପ୍ରଥମ ରାଜ୍ୟ ଭାବେ ଆଲୋଚନା କରିଛି ଓଡିଶା । ଯେତେବେଳେ ସମଗ୍ର ବିଶ୍ୱରେ କଠୋର ସାଜୁଥାଏ କୋଭିଡ, କେନ୍ଦ୍ର ସରକରାଙ୍କ ସଟ୍ଡାଉନ୍ ଏବଂ ଲକ୍ଡାଉନ୍ର କଡା କଟକଣା ବଳବତ୍ତର ଥିବାବେଳେ ଠିକ ସେହି ସମୟରେ ଅର୍ଥାତ ଜୁଲାଇ ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର ପୁନାୱାଲାଙ୍କ ସହ ଏନେଇ ଆଲୋଚନା କରିଥିଲେ । କୋଭିଡ ଭ୍ୟାକ୍ସିନର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହିତ ଭ୍ୟାକ୍ସିନ୍ ଯଦି ଫଳପ୍ରଦ ହୁଏ ତେବେ ଓଡିଶାକୁ ଅଗ୍ରାଧିକାର ଆଧାରରେ ପ୍ରଦାନ କରିବା ନେଇ ମଧ୍ୟ ସହଯୋଗ ଲୋଡିଥିଲେ । ଆଲୋଚନା ପରେ ପୁନାୱାଲା ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳାପ କରିଥିବା ନେଇ ଖୁସିବ୍ୟକ୍ତ କରିଥିଲେ । ଏନେଇ ଟ୍ୱିଟର ଯୋଗେ ସୂଚନା ମଧ୍ୟ ଦେଇଥିଲେ । ବର୍ତ୍ତମାନ ଡିସିଜିଆଇ କୋଭିସିଲ୍ଡକୁ ଅମୁମତି ଦେଇଥିବାବେଳେ ଓଡିଶାରେ ଖୁବ୍ଶୀଘ୍ର ଟିକା ବିତରଣ ନେଇ ଆଶା ପ୍ରକାଶ ପାଇଛି । ଦେଶର ଅନେକ ରାଜ୍ୟରେ ଡ୍ରାଏ ରନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡିଶା ମଧ୍ୟ ଡ୍ରାଏ ରନ ପାଇଁ ପ୍ରସ୍ତୁତ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ଟିକାର ୫କୋଟି ଡୋଜ୍ ସଂରକ୍ଷଣ କରିସାରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅନେକ ମାସ ପୂର୍ବେ କହିଥିଲା ଯେ ଏହା ଉତ୍ପାଦନ କରୁଥିବା ଟିକା ମଧ୍ୟରୁ ଅଧା ଟିକା ଭାରତରେ ଟିକାକରଣ ଉଦ୍ଦେଶ୍ୟରେ ବ୍ୟବହାର ହେବ । ଏହି ଟିକାର ଭାରତରେ ବ୍ୟବହାର ନିମନ୍ତେ ଅନୁମତି ପାଇଁ ପୂର୍ବରୁ ଡ଼ିସିଜିଆଇ ସୁପାରିସ୍ କରିଥିଲା ଓ ଆଜିର ବୈଠକରେ ବିଶେଷଜ୍ଞ କମିଟି ସେହି ସୁପାରିସ୍କୁ ଗ୍ରହଣ କରିଛି ।
ଆଜିଠାରୁ ଓଡ଼ିଶାରେ ଡ୍ରାଏ ରନ୍
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ଲକ୍ଷ ୭୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭ୍ୟାକ୍ସିନ୍ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭ୍ୟାକ୍ସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ହୋଇଥିଲା ଭ୍ୟାକ୍ସସିନ୍ର ଡ୍ରାଏରନ୍ ।