ଆଜିଠୁ ୫ ସେସନ୍ ରେ ଟିକାକରଣ

155

-ପ୍ରତି ମେଡିକାଲ କଲେଜରେ ୫ଟି କେନ୍ଦ୍ର

-୧୦୦ ପରିବର୍ତ୍ତେ ୨୦୦ ଲୋକଙ୍କୁ ଟିକା

-୭ରୁ ୧୦ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ଶେଷ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ଟିକାକରଣ ଚାଲିବ । ବଢିବ ଟିକାକରଣ କେନ୍ଦ୍ର ସଂଖ୍ୟା । ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ବଦଳରେ ୨୦୦ ଜଣଙ୍କୁ ଟିକା ଦିଆଯିବ । ସେପଟେ ଟିକା ନେଇ ପାର୍ଶ୍ୱ ପ୍ରତିକ୍ରିୟା ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି । ତେବେ ଟିକା ସୁରକ୍ଷିତ ବୋଲି ପୁଣିଥରେ ସରକାର କହିଛନ୍ତି । ପ୍ରଥମ ଦିନ ଟିକାକରଣ ସଫଳତା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୭ରୁ ୧୦ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି । ସେପଟେ ଟିକାକରଣର ପାର୍ଶ୍ୱ ପତିକ୍ରିୟା ନେଇ ସୋସିଆଲ ମିଡିଆରେ କୌଣସି ଗୁଜବ ନକରିବାକୁ ବା ଗୁଜବରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନକ ବିରତି ପରେ କାଲିଠୁ ରାଜ୍ୟରେ ପୁଣି ତ୍ୱରାନ୍ୱିତ ହେବ ଟିକାକରଣ । ବଢିବ ଟିକାକରଣ କେନ୍ଦ୍ର । ଶହେ ବଦଳରେ ଟୋଟିଏ ଗୋଟିଏ ଟିକାକରଣ କେନ୍ଦ୍ରରେ ୨ଶହ ଜଣଙ୍କୁ କରୋନା ଟିକା ଦିଆଯିବ । ପ୍ରଥମ ଦିନର ଟିକାକରଣ ସଫଳତା ପରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଗତକାଲି ପ୍ରଥମ ଦିନରେ ରାଜ୍ୟରେ ୧୩ ହଜାର ୯୮୦ ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୬ଟି ଜିଲ୍ଲାରେ ଶତପ୍ରତିଶତ ଆଚିଭମେଣ୍ଟ୍ ହୋଇଛି । ଏହି ସଫଳତାକୁ ଦେଖି କାଲିଠୁ ରାଜ୍ୟରେ ଟିକାକରଣ କେନ୍ଦ୍ର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ଟିକାକରଣ ସେଣ୍ଟର ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ । ପ୍ରତି ଟିମ୍ରେ ୫ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍ ଇନଚାର୍ଜ ରହିବେ । କିନ୍ତୁ ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ ୩ ଜଣ ଅସୁସ୍ଥ ହୋଇଥିବା ସନ୍ଦେହ ହୋଇଥିଲା । ତେବେ ଏହା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନଥିଲା ବରଂ ନର୍ଭସ୍ନେସ୍ ଯୋଗୁଁ ଦେହରୁ ଝାଳ ବାହାରିବା ପରି କୁହାଯାଇଛି । ସେହିପରି ଦିଲ୍ଲୀରେ ୫୨ଜଣଙ୍କ ଠାରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ୨୨ବର୍ଷିୟ ଜଣେ ସିକ୍ୟୁରି ଗାର୍ଡ ଟିକା ନେବା ପରେ ତାଙ୍କ ଦେହରେ ଆଲର୍ଜି ବାହାରିବାରୁ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି । ଓଡ଼ିଶା ସମେତ ମହାରାଷ୍ଟ୍ରରେ ମଧ୍ୟ ଆଜି ଟିକାକରଣ ବନ୍ଦ ଥିବାବେଳେ ଦେଶର ଅନ୍ୟ ଭାଗରେ କିନ୍ତୁ ଆଜି ଟିକାକରଣ ହୋଇଛି ।

ସାରା ଦେଶରେ ୫୦% ଟିକାକରଣ ହୋଇଛି । ଟିକାକରଣର ପାର୍ଶ୍ୱ ପତିକ୍ରିୟା ନେଇ ସୋସିଆଲ ମିଡିଆରେ କୌଣସି ଗୁଜବ ନକରିବାକୁ ବା ଗୁଜବରେ ବିଶ୍ୱାସ ନକରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମବୀ ହର୍ଷବର୍ଦ୍ଦନ କହିଛନ୍ତି । ୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଆଗଧାଡିର କରୋନା ଯୋଦ୍ଧାଙ୍କ ରେଜିଷ୍ଟ୍ରେସନ ଚାଲିଛି । ଏହା ୨୫ ତାରିଖରେ ସରିବ । ମୋଟା ମୋଟି ରାଜ୍ୟରେ ପ୍ରଥମ ଦିନର ଟିକାକରଣ ସଫଳ ହେବା ପରେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.