ଭିଜିଲାନ୍ସ ହାତରେ ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନ,ପାରଳାଖେମୁଣ୍ଡି ବାସଭବନ ସହ ୪ଟି ସ୍ଥାନରେ ଚଢଉ ଜାରି

194

ଗଜପତି: ଭିଜିଲାନ୍ସ ହାତରେ ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନ। ପାରଳାଖେମୁଣ୍ଡି ଗାନ୍ଧୀ ନଗର, ହରିଶ୍ଚନ୍ଦ୍ର ପୁର ପୈତୃକ ବାସଭବନ, ଆନ୍ଦ୍ର ପ୍ରଦେଶର ପୁରୁଣା ପାଟନା ସ୍ଥିତ ବାସଭବନ ସହ ନୁଆଗଡ ସରକାରୀ କାର୍ଯ୍ୟାଳୟରେ ଏକ ସଙ୍ଗେ ଆରମ୍ଭ ହୋଇଛି ଚଢ଼ାଉ । ଗଣେଶ ପ୍ରଧାନଙ୍କ ୪ଟି ସ୍ଥାନରେ ଚାଲିଛି ଚଢଉ । ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ ଏହି ଚଢଉ କରିଥିବା ସୂଚନା ରହିଛି । ନୁଆଗଡ ବ୍ଲକରୁ ଭିଜିଲାନ୍ସ ଟିମ ଗଣେଶ ପ୍ରଧାନଙ୍କୁ ଉଠାଇ ନେଇ ଥିବା ସୂଚନା ବେଳେ ଭଡା ଘରୁ ୧୪୩ ଗ୍ରାମରୂ ଅଧିକ ସୁନା ବହୁ ପରିମାଣରେ ରୂପା ସହ ଆନ୍ଦ୍ର ପ୍ରଦେଶ ର ୭ରୂ ଅଧିକ ପ୍ଲଟ କିଣିଥିବାର ଦଲିଲ ହସ୍ତଗତ ହୋଇଥିବା ସୂଚନା ରହିଛି । ଏଥିସହ ୨୬ ହଜାର ଟଙ୍କା ନଗତ ସୁଜିକି ଏସପ୍ରେସୋ କାର ଓ କିଛି ବ୍ୟାଙ୍କ ଖାତା ଜବତ ହୋଇ ଥିବା ସୂଚନା ମିଳିଛି । ଚଢଉ ପରେ ସମସ୍ତ ସମ୍ପତି ତାଲିକା ଆକଳନ କରିବା ପରେ ସଠିକ ମୂଲ୍ୟ କହି ହେବ ବୋଲି ଭିଜିଲାନ୍ସ ଟିମ କହିଛି ।

Leave A Reply

Your email address will not be published.