ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଅସନ୍ତୋଷ

160

ଧର୍ମଗଡ: ସରକାର ଗ୍ରାମାଞ୍ଚଳରେ ଗମନା ଗମନର ସୁବିଧା ପାଇଁ ପକ୍କା ସଡକ ଯୋଜନାରେ ପ୍ରଧାନମନ୍ତ୍ରୀ ରାସ୍ତା ସାଙ୍ଗକୁ ବିଜୁ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଓ ଲାଭଖୋର ମନୋଭାବ ଯୋଗୁଁ ରାସ୍ତା କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ରୁ ବକ୍ରାସିଲକୁ ସଂଯୋଗ ପାଇଁ ଦୀର୍ଘ ୪ କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ପ୪୫ ଲକ୍ଷ ୬୬ ହଜାର ୩୨୫ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ଚାଲିଛି । । ତେବେ ଏହି ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ବେଳେ ରାସ୍ତାରେ ପିଚୁ ପଡିବା ପରେ ସାମାନ୍ୟ ଗୋଡ ବାଜି ଗଲେ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ତେବେ ରାସ୍ତା କାମ ରାତିରେ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ବିନା ଯନ୍ତ୍ରୀରେ ରାସ୍ତା କାମ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଏହି କାମ ଚାଲିଥିବା ଯୋଗୁଁ ଏହି ରାସ୍ତା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ରାସ୍ତା କାମ ବନ୍ଦ କରି ପୁନଃ କାମ ଠିକ ଭାବରେ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ କତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ସେମାନେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ରୋକଠୋକ ମନା କରିଦେଇଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଅଲୋଚନା କରି ଠିକ ଭାବରେ ରାସ୍ତା କାମ କରାଯିବ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ବେଣୁଧର ନାଏକ (ଗ୍ରାମବାସୀ)ପ୍ରଦୀପ୍ତ ନାଏକ (ବିରୋଧି ଦଳ ନେତା) ତିଲେଶ୍ୱର ବିଶି (ଗ୍ରାମବାସୀ) ଜୀବଶଙ୍କର ନାଏକ (ଗ୍ରାମବାସୀ) ସରକାର କା ମାଲ ଦରିଆ ମେ ଡାଲ ନୀତିରେ ଚାଲିଥିବା ଏହି ରାସ୍ତା କାମର ଭିଜିଲାନ୍ସ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ ସହ ତୁରନ୍ତ ଭଲ ରାସ୍ତା ନିର୍ମାଣ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.